ବିଜେପି ବିଧାୟକଙ୍କ ଧାରଣା ଜାରି

ବିଜେପି ବିଧାୟକଙ୍କ ଧାରଣା ଜାରି

ବିଜେପି ବିଧାୟକଙ୍କ ଧାରଣା ଜାରି
ଭୁବନେଶ୍ୱର: ବିଧାନସଭା ଗାନ୍ଧି ମୂର୍ତି ତଳେ ବିଜେପି ବିଧାୟକଙ୍କ ଧାରଣା ଜାରି ରହିଛି । ଗାନ୍ଧି ମୂର୍ତି ତଳେ ରାତି ସାରା ଧାରଣା ଦେଲେ ବିଜେପି ବିଧାୟକ । ବିଲ ପାସ ବେଳେ ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ବିଜେପି ବିଧାୟକମାନେ ଧାରଣା ଦେଇଛନ୍ତି । ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ବିଜେପି ବିଧାୟକ ପ୍ରଶ୍ନ ଉଠାଇଲେ । ମୋହନ ମାଝି କହିଛନ୍ତି ଯେ, ବାଚସ୍ପତି ଅନ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି , ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରନ୍ତୁ, ତୁରନ୍ତ କ୍ଷମା ମାଗନ୍ତୁ । ଆଗକୁ ଗୃହ ଠିକରେ ଚଳାଇବାକୁ ଏବେଠୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମାଝି କହିଛନ୍ତି । ପ୍ରକାଶ ଯେ ଶନିବାର ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଭଳି ଏକ ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି । ବିଧାନସଭାରେ ବିଜେପି ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଛନ୍ତି । ଖାଲି ସେତିକି ନୁହେଁ ଇୟର ଫୋନ ଓ କାଗଜ ମଧ୍ୟ ଫିଙ୍ଗିଛନ୍ତି । ଏସଂକ୍ରାନ୍ତରେ ପୂର୍ବରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେଯେ, ବିଧାୟକଙ୍କ ପାଇଁ ଆଇନ ତା’ ବାଟରେ ଯିବ, ତାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେପି ବିଧାୟକଙ୍କ ଚପଲ ଫିଙ୍ଗା ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, ସମସ୍ତ କଥାକୁ ବିଚାର କରୁଛି । ତର୍ଜମା କରୁଛି । ଆଇନ ତା’ ବାଟରେ ଯିବ, କେହି ବନ୍ଦ କରିପାରିବେନି । ବିଧାନସଭାରେ ଉଠାଯାଇଥିବା ଫଟୋ ପରୀକ୍ଷା କରୁଛି । ସବୁ ପ୍ରମାଣ ମିଳିସାରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ।