ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,:  ଦୁଇ ଦୁଇ ଥର ପିପିଲି ଉପନିର୍ବାଚନ ଘୁଞ୍ଚିବା ପରେ ଆସନ୍ତା ସେପ୍ଟେମ୍ବର ୩୦ ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏଥିପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ରଣକୌଶଳ। ପିପିଲି ଉପନିର୍ବାଚନ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ୩ ଦଳ ।

ତେବେ ପିପିଲି ଉପନିର୍ବାଚନ ପାଇ ଆଜି ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶ ଅନୂଯାଇ ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି ।

ତାଲିକାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ପୃଥୀରାଜ୍ ହରିଚନ୍ଦନ୍, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ରହିଛି ।

କରୋନା କଟକଣା ମଧ୍ୟରେ ନିର୍ବାଚନ ସାରିବାକୁ ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସୀମିତ ପ୍ରଚାରରେ ଏଥର କାହା ହାତକୁ ଯିବ ପିପିଲି ଗଡ ତାହା ଉପରେ ସମସ୍ତଙ୍କ ନଜର । ପିପିଲିରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଗଡରେ ତାଙ୍କ ଆସନ ପାଇଁ ପୁଅ ରୁଦ୍ର ମହାରଥୀ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱ କେସନ ହରିଚନ୍ଦନ ଏଥର ମଇଦାନକୁ ଓହ୍ଲାଇଛନ୍ତି ।