ବିଧାନସଭାରୁ ହଟିଲା କଟକଣା: ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଚାଲିବ ଗୃହ
ବିଧାନସଭାରୁ ହଟିଲା କଟକଣା: ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଚାଲିବ ଗୃହ
ଭୁବନେଶ୍ୱର: ବିଧାନସଭାରୁ ହଟିଲା କଟକଣା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ନିଆଗଲା ନିଷ୍ପତ୍ତିା ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଚାଲିବ ଗୃହକାର୍ୟ୍ୟ । ପୂର୍ବରୁ ଥିବା କରୋନା କଟକଣା ହଟିଥିବା ବେଳେ ସ୍ୱଭାବିକ ଚାଲିବ ଗୃହକାର୍ୟ୍ୟ । ସେହିଭଳି ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଯିବାକୁ ଅନୁମତି ଦିଆଯାଇଛି । ଏନେଇ ବାଚସ୍ପତି ବିକ୍ରମକେଶରୀ ଆରୁଖ ସୂଚନା ଦେଇଛନ୍ତି । ଆସନ୍ତା ୨୪ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।
ଖବର ଅନୁଯାୟୀ, ବିଧାୟକ, ମନ୍ତ୍ରୀ, ଷ୍ଟାପ୍ଙ୍କ ପାଇଁ କୋଭିଡ଼ ମୁକ୍ତ ହେଲା ବିଧାନସଭା । ପ୍ରେସ୍ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ । ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ।
ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏପିରିକି ପ୍ରତି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ଷ୍ଟାପ୍ଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏବେ ଏହି ସବୁ କଟକଣାକୁ ହଟଯାଇଛି । ସେପଟେ ଚଳିତ ବର୍ଷ ବିଧାନସଭାକୁ ସୁରୁଖୁରରେ ଚଳାଇବା ନେଇ ସର୍ବଦଳୀୟ ବୈଠକ ବସିଛି ।




admin 