ବିଶୃଙ୍ଖଳା ପାଇଁ କଂଗ୍ରେସରୁ ନିଲମ୍ବିତ
ବିଶୃଙ୍ଖଳା ପାଇଁ କଂଗ୍ରେସରୁ ନିଲମ୍ବିତ
କଟକ: ବିଶୃଙ୍ଖଳିତ ଆଚରଣ ପଡ଼ିଲା ମହଙ୍ଗା। ଦଳରୁ ନିଲମ୍ବନ ହେଲେ କଟକ ଜିଲ୍ଲା ମାହାଙ୍ଗାର ପ୍ରଦୀପ୍ତ ଦାସ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଦୀପ୍ତ ଦାସଙ୍କୁ ବିଶୃଙ୍ଖଳିତ ଆଚରଣ ଓ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ କଟକରେ ଦଳକୁ ମଜବୁତ କରିବାକୁ ଲାଗିଛି କଂଗ୍ରେସ। ନିକଟରେ ଏ ନେଇ କଟକରେ ଦଳର ବୈଠକରେ ଯୋଗ ଦେଇଥିଲେ ପ୍ରଭାରୀ ଏ. ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବୈଠକରେ ଦଳକୁ ସଂଗଠିତ କରିବା ସହ ବିଶୃଙ୍ଖଳା ବିରୋଧରେ କଠୋର ପଦକ୍ଷେପ ନେବାକୁ ବରିଷ୍ଠ ନେତାମାନେ ମତ ରଖିଥିଲେ।




admin 