ବିଶ୍ୱ ମହାନ୍ତି ଓ ସ୍ମୃତି ଲେଙ୍କାକୁ କଂଗ୍ରେସ ଭବନରେ ପୂରାଇ ନଦେବାକୁ ଧମକ

ବିଶ୍ୱ ମହାନ୍ତି ଓ ସ୍ମୃତି ଲେଙ୍କାକୁ କଂଗ୍ରେସ ଭବନରେ ପୂରାଇ ନଦେବାକୁ ଧମକ

ବିଶ୍ୱ ମହାନ୍ତି ଓ ସ୍ମୃତି ଲେଙ୍କାକୁ କଂଗ୍ରେସ ଭବନରେ ପୂରାଇ ନଦେବାକୁ ଧମକ

ଭୁବନେଶ୍ୱର : ଗୁଜୁରାଟ ପ୍ରଭାରୀ ତଥା ଯୁବ ନେତା ବିଶ୍ୱ ରଂଜନ ମହାନ୍ତି ଓ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ କଂଗ୍ରେସ ଭବନରେ ପୂରାଇ ନଦେବାକୁ ଧମକ ଦେଇଛନ୍ତି ଛାତ୍ର ନେତା ନିହାର ରଂଜନ ବେହେରା  । ଫେସବୁକ ଲାଇଭ ଜରିଆରେ ଏମିତି ଚେତାବନୀ ଦେବା ସହ ଦମ ଥିଲେ କଂଗ୍ରେସ ଭବନ ଆସିବାକୁ ଆହ୍ୱାନ ବି ଦେଇଛନ୍ତି  ।

ଶ୍ରୀ ବେହେରା ଫେସବୁକ ଲାଇଭରେ କହିଛନ୍ତିଯେ, ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା ଓ ବିଶ୍ୱ ରଂଜନ ମହାନ୍ତିଙ୍କର କୌଣସି ସ୍ଥାନରେ ସ୍ଥିତି ନାହିଁ  । ସେମାନେ କଂଗ୍ରେସ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି  । ଅଯଥା ଛାତ୍ର କଂଗ୍ରେସ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି ବୋଲି କହି ନିହାର କ୍ଷୋଭ ପ୍ରକାଶ କରିଛନ୍ତି  ।

ସେ ଆହୁରି କହିଛନ୍ତିଯେ, ଆମେ ଛାତ୍ର କଂଗ୍ରେସ ଜରିଆରେ କଂଗ୍ରେସକୁ ସଜାଡ଼ିବା ପାଇଁ କାମ କରୁଛୁ  । ଯଦି ଦୁଇ ନେତାଙ୍କର କଂଗ୍ରେସକୁ ଆଗକୁ ନେବାର ଆଗ୍ରହ ନାହିଁ ତେବେ ନୀରବ ରହିବା ଦରକାର  । ଯିଏ ପିସିସି ସଭାପତି ହେଲେ ବି ସେ ଦୁଇ ନେତା କଂଗ୍ରେସ ଭବନକୁ ଯାଇପାରିବେ ନାହିଁ  । ଦୁଇ ଜଣଙ୍କୁ ଦୃଢ଼ ବିରୋଧ କରାଯିବ  । ସେମାନଙ୍କର ନବୀନ ବାବୁଙ୍କୁ ଅଣ୍ଡା ମାରିବାକୁ ତାକତ ଅଛି  । ତେଣୁ ଶ୍ରୀ ମହାନ୍ତି ଓ ଶ୍ରୀ ଲେଙ୍କାଙ୍କୁ କଂଗ୍ରେସ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି  । ଏପରିକି ଘରେ ପଶି ମାରିବା ପାଇଁ ଧମକ ଦେବାକୁ ବି ସେ ପଛାଇ ନାହାନ୍ତି  । ଯାହାକୁ ନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି  ।