ବିଶ୍ୱରରେ କରୋନା ମୃତୁ୍ୟ ୩୨ ଲକ୍ଷ ଟପିଲା

ବିଶ୍ୱରରେ କରୋନା ମୃତୁ୍ୟ ୩୨ ଲକ୍ଷ ଟପିଲା

ବିଶ୍ୱରରେ କରୋନା ମୃତୁ୍ୟ ୩୨ ଲକ୍ଷ ଟପିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ଚଳିତ ଲହରରେ ସଂକ୍ରମଣ ଅପେକ୍ଷା ମୃତୁ୍ୟ ସଂଖ୍ୟା ଅଧିକ ବଢ଼ୁଛି । ବିଶ୍ୱରେ କରୋନା ମୃତୁ୍ୟ ୩୨ ଲକ୍ଷ ଟପିଯାଇଛି । ବିଶେଷ କରି ବ୍ରାଜିଲ ଏବଂ ଭାରତରେ କରୋନା ମୃତୁ୍ୟ ବଢ଼ିଚାଲିଛି । ବିଶ୍ୱରେ କରୋନା ମୃତୁ୍ୟସଂଖ୍ୟା ୩୨ ଲକ୍ଷ ୧୬ ହଜାର ୨୧୪କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ସଂଖ୍ୟା ୧୫ କୋଟି ୩୪ ଲକ୍ଷ ୮୧ ହଜାରକୁ ବୃଦ୍ଧି ପାଇଛି । କରୋନାରୁ ୧୩ କୋଟି ୦୭ ଲକ୍ଷ ୯୧ ହଜାର ୪୬୪ ଜଣ ସୁସ୍ଥ ହେଲେଣି । ବିଶ୍ୱର ୨୨୯ ଦେଶରେ କାୟା ବିସ୍ତାର କରିଛି କରୋନା । ରଏଟରସ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ କରୋନା ମୃତୁ୍ୟ ୨୦ ଲକ୍ଷ ଟପିବା ପାଇଁ ଗୋଟିଏ ବର୍ଷରୁ ଅଧିକ ଦିନ ଲାଗିଥିଲା କିନ୍ତୁ ମାତ୍ର ୩ ମାସରେ ପରବର୍ତ୍ତୀ ୧୦ ଲକ୍ଷ ମୃତୁ୍ୟ ହୋଇଛି । ବ୍ରାଜିଲରେ କରୋନା ମୃତୁ୍ୟ ଲଗାତାର ଭାବେ ବଢ଼ିଚାଲିଛି । ସମଗ୍ର ବିଶ୍ୱରେ ପ୍ରତି ୪ ମୃତୁ୍ୟରୁ ଗୋଟିଏ ବ୍ରାଜିଲରେ ହେଉଛି ।