ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଙ୍କ ଜୟନ୍ତୀ ପାଳନ

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଙ୍କ ଜୟନ୍ତୀ ପାଳନ

ବୀର ସୁରେନ୍ଦ୍ର ସାଏ ଓ  ନେତାଜୀ ଙ୍କ ଜୟନ୍ତୀ ପାଳନ
ପଦ୍ମପୁର(ନିରଂଜନ ତ୍ରିପାଠୀ) - ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀମାନ ନିରାକାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ସ୍କୁୁଲ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ମହାସମାରୋହ ରେ ପାଳିତ ହୋଇଯାଇଛିା ମୁଖ୍ୟ ଅତିଥିଭାବେ ଏ ଅଂଚଳର ଜଣାଶୁଣା ଅବସର ପ୍ରାପ୍ତ ସୈନିକ ହର୍ଷବର୍ଧନ ବିଶି ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଚିତ୍ରସେନ ବିଶ୍ୱାଳ(ସଭାପତି,ବିଦ୍ୟାଳୟ ପରିଚାଳନା କମିଟୀ), ଶ୍ରୀମତି ବାସନ୍ତୀ ବାରିକ(ମାତୃ ଶିକ୍ଷକ କମିଟୀ) ଯୋଗଦାନ କରି ବିପ୍ଲବୀ ମାନଙ୍କ ଚିନ୍ତାଧାରା ସମ୍ପର୍କ ରେ ମତବ୍ୟକ୍ତ କରିଥିଲୋ ବିଦ୍ୟାଳୟ ର ଖେଳ ଶିକ୍ଷୟତ୍ରୀ ସୁଶ୍ରୀ ସୁମିତ୍ରା ପାତ୍ର ଙ୍କ ସଂଯୋଜନା ରେ ପ୍ରାରମ୍ଭେ ବିଦ୍ୟାଳୟ ର ୬ଷ୍ଠ ଶ୍ରେଣୀ ର ଛାତ୍ରୀ ମନୀଷା,ଶ୍ରାବଣୀ,ଚୁମକୀ ସ୍ୱାଗତ ସଂଗୀତ ଗାନ କରିବା ସଂଗେସଂଗେ ବିପ୍ଲବୀ ଚିନ୍ତାଧାର ର ସଂଗୀତ ଗାନ କରିଥିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଲିଜା,ରଶ୍ମି,ଅନୀତା ଶେଷ ରେ ଶ୍ରୀମତି ତାରାବତୀ ବିଶ୍ୱାଳ(ସହକାରୀ ଶିକ୍ଷୟତ୍ରୀ) ଧନ୍ୟବାଦ ଅର୍ପଣ ପରି ସଭା ସାଂଗ କରିଥିଲେ