ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ତଥା କରୋନାର ମୁକାବିଲା ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜଧାନୀରେ ସଂକ୍ରମଣ କମିବାର ନାମ ନେଉନି ।  ଏହାରି ଭିତରେ ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।  ଗଙ୍ଗନଗରସ୍ଥିତ ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।  ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ବିଏମସି ପକ୍ଷରୁ କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।  

ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ହୋଇଛି । ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କେସ ଲୋଡ୍ ଓ ସଂକ୍ରମଣ ହାରରେ ଆସୁଛି ଉନ୍ନତି। କିଛି ଜିଲ୍ଲାରେ ସଂକ୍ରମଣ ଏବେ  ପ୍ଲାଟୋ ଷ୍ଟେଜରେ ରହିଛି । ତେବେ ଏଥିପାଇଁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏହା ସହ ତୃତୀୟ ଲହର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଟେଷ୍ଟିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟେଷ୍ଟିଂ ପାଇଁ ଲାବରେଟୋରୀ ବଢ଼ାଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି, ତାକୁ ତ୍ୱରାନ୍ୱିତ କରି ତୃତୀୟ ଲହରର ମୁକାବିଲା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।