ବେଲପଡା ବ୍ଲକସ୍ତରୀୟ ଲୋକ ମହୋତ୍ସବ - ଦୁଲଦୁଲିରେ ଦୁଲୁକିଲା ମଂଚ

ବେଲପଡା ବ୍ଲକସ୍ତରୀୟ ଲୋକ ମହୋତ୍ସବ - ଦୁଲଦୁଲିରେ ଦୁଲୁକିଲା ମଂଚ

ବେଲପଡା ବ୍ଲକସ୍ତରୀୟ ଲୋକ ମହୋତ୍ସବ - ଦୁଲଦୁଲିରେ ଦୁଲୁକିଲା ମଂଚ
ବେଲପଡା(ମନୋଜ କୁମାର ମିଶ୍ର)-ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ପଂଚାୟତ ସମିତି ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ କୁ ବ୍ଲକ ଅଧ୍ୟକ୍ଷ ବୈଜୟନ୍ତୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ବେଲପଡା ବିଡିଓ ଭିକ୍ଟର ସୋରେଙ୍ଗ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଏବିଡିଓ ରାମବିଳାସ ମଙ୍ଗରାଜ ,ଜିପିଇଓ ବିହାରୀଲାଲ ବାରିକ,ବ୍ଲକ ଉପାଧ୍ୟକ୍ଷ ରୁକ୍ମଣ ସୁନା ଯୋଗ ଦେଇ ଗ୍ରାମାଂଚଳ ରେ ରହିଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ବାହର କରି ରାଜ୍ୟ ଓ ଜାତୀୟ ସ୍ତର ରେ ପରିଚିତ କରିବା ବ୍ଲକ ସ୍ତରୀୟ ଲୋକମହୋତ୍ସବ ର ମୁଖ୍ୟ ଉଦେ୍ଧଶ୍ୟ ବୋଲି ମତ ପ୍ରକାଶ କରିଥିଲେ ।ଚଳିତ ବର୍ଷ ଲୋକ ଉତ୍ସବ ରେ ଯୋଗ ଦେବା ପାଇଁ ଗ୍ରାମାଚଂଳ ମାନଙ୍କ ରୁ ବହୁ କଳାକାର ଙ୍କ ସମାଗମ ରହିଥିଲା । ୧୦୫ ଜଣ କଳାକାର ପ-ଂଜିକୃତ କରି କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ଲୋକ ଉତ୍ସବ ଦେଖିବା ପାଇଁ ଚଳିତ ବର୍ଷ ପ୍ରବଳ ଜନସମାଗମ ହୋଇଥିଲା ବେଳେ ସିହିନୀ ଗ୍ରାମ ର ଦୁଲଦୁଲି ବଜାର ତାଳେ ତାଲେ ଦର୍ଶକ ମାନେ ଝୁମିଯାଇଥିଲେ । । ୧୦୫ ଜଣ କଳାକାର କଳା ପ୍ରତିଭା ପ୍ରଦର୍ଶନ କରି ଜନସାଧାରଣ ଙ୍କ ମନ କୁ ଛୁଈଁ ପାରିଥିଲେ । ବେଲପଡା ବ୍ଲକ ରେ କୈାଣସି ବର୍ଷ ମଧୂ୍ୟ ଏପରି ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଦେଖୀବାକୁ ମିଳି ନଥିବା ବେଳେ ଚଳିତ ବର୍ଷ ପ୍ରଥମ ବୋଲି ସାଧାରଣ ରେ ଆଲୋଚନା ହୋଇଥିଲା । କଳାକାର ମାନେ ନିଜ ନିଜ ର କଳା ପ୍ରତିଭା ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନ କୁ ଛୁଈଁ ପାରିଥିଲେ । ଶ୍ରେଷ୍ଠ କଳାକାର ମାନଙ୍କୁ ଚୟନ କରିବାପାଇଁ ବିଚାରକ ଭାବରେ ହରେକୃଷ୍ନ ବାରିକ ,ରୁକ୍ମଣ ସୁନା ,ରଶରାଜ ବୁଡେକ ରହି ମୁଲ୍ୟାଙ୍କନ କରିଥିଲେ । ନଚନିଆଁ ,ଖଜଂଣି,ଘୁମରା ,ଡାବଘୁଡକା ,ସଂକୀର୍ତନ୍ୟ,ବାୟକ ,ପାଲା,ଗଣାବାଜା , ସଂପ୍ରଦା,କରମା,ସଙ୍ଗୀତ ଏକକ ଆଦି ବିଭିନ୍ନ କଳା ମହୋତ୍ସବ ରେ ସ୍ଥାନ ପାଇଥିଲା । ନଚନିଆଁ ରେ ଡୁଙ୍ଗୁରିପାଲି ଗ୍ରାମ ର କୃପାସିନ୍ଧୁ ପୁଟେଲ,ଦେବରାଜ ପୁଟେଲ (ଚପକରାଟି),ସିହିନୀ ଗ୍ରାମ ର ମାଁ ବସ୍ତ୍ରେନ ଦୁଲଦୁଲି,ଘୁମରା ରେ ଖରଖରା ଗ୍ରାମ ର ଟିକେରାମ ପଂଜି ଓ ସାଥୀ,ମୁନାପାଲି ର କରମସାନୀ, କୀର୍ତନ ଖୋଲା ବାଦ୍ୟ ରେ ଗୈାରଚନ୍ଦ୍ର ପୁଟେଲ ,ସଂପ୍ରଦା ରେ ବନମାଲ ଗ୍ରାମ ର ଜଗନ୍ନାଥ କଳା ପରିଷଦ ,ପାଲା ରେ ମାଁ ପରଦେଶେନ ପାଲା ବାଗଉଡାର,ଦଶମତି ପାଲା ଜାମଖାରୀ ,ଖଜଂନୀ ରେ ଓସ୍ତ ବର୍ଗେ ଓ ସାଥୀ ତୁଲସୀ,ବାୟକ ରେ ସର୍ଗୀଗୁଡା ଗ୍ରାମ ର କିଶୋରମଣିବାଗ ଓ ସାଥୀ ,ନନୁହାଡ ଗ୍ରାମ ର ମାଗୁଣି ତାଣ୍ଡି ଓ ସାଥୀ ,ଘୁଡକା ବାଦ୍ୟ ରେ ଶ୍ରୀବତ୍ସବ ବେଣ୍ଟକାର ଓ ସାଥୀ ମନାନେୀତ ହୋଇଥିଲେ ।ମନୋନୀତ କଳାକାର ମାନେ ଆସନ୍ତା ଉପଖଣ୍ଡିୟ ଲୋକ ମହୋତ୍ସବ ରେ ଯୋଗ ଦେଇ ନିଜ ନିଜ କଳାପ୍ରତିଭା ପ୍ରଦର୍ଶନ କରିନେ ବୋଲି ଏବିଡିଓ ମଙ୍ଗରାଜ ସୂଚନା ପ୍ରଦାନ କରିଥିଲେ । ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସତ କର୍ମକର୍ତା ସମେତ ସମସ୍ତ ସରପଂଚ,ସମିତି ସଭ୍ୟ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ ।