ବେଲ୍ଟ ବ୍ୟାଗ୍
ବେଲ୍ଟ ବ୍ୟାଗ୍
ଯୁବପିଢ଼ିଙ୍କ ଷ୍ଟାଇଲକୁ ଅନୁମାନ ଲଗାଇ ଫେସନ ଡିଜାଇନରମାନେ ଆଖିଦୃଶିଆ ଡିଜାଇନ ପ୍ରସ୍ତୁତ କରୁଛନ୍ତି । ଛୋଟରୁ ବଡ଼ ବିଭିନ୍ନ ଆକାରର ହ୍ୟାଣ୍ଡ ବ୍ୟାଗ୍ ପରେ ଏବେ ବଜାରରେ ବେଲ୍ଟ ବ୍ୟାଗ୍ ତା’ର କାୟା ବିସ୍ତାର କରିଛି । ଗୋଟିଏ ବେଲ୍ଟରେ ଲାଗିଥିବା ବ୍ୟାଗକୁ କେତେଜଣ ଅଣ୍ଟାରେ ବାନ୍ଧୁଛନ୍ତି ନଚେତ ପିଠି ପାଖେ ମଧ୍ୟ ଝୁଲାଇ ରଖୁଛନ୍ତି । ଏହିଭଳି ଡିଜାଇନରେ ତିଆରି ହୋଇଥିବା ସ୍ୱତନ୍ତ୍ର ବ୍ୟାଗର ନାଁ ଫେନି ବ୍ୟାଗ୍ ।
ନାମୀ କମ୍ପାନୀ ଗୁଚି, ଭର୍ସାଚେ ଆଦିର ଫେନି ବ୍ୟାଗ୍ ବଜାରରେ ମିଳୁଛି । ଜିନ୍ସ ପ୍ୟାଣ୍ଟ, ସ୍କର୍ଟ, ଫ୍ରକ ସହ ଯୁବତୀମାନେ ଏହି ବେଲ୍ଟ ବ୍ୟାଗ୍ ପିନ୍ଧି ଷ୍ଟାଇଲ କରୁଛନ୍ତି । ଆଜିକାଲି ବ୍ୟାଗକୁ ହାତରେ ଧରିବା ପରିବର୍ତ୍ତେ ଅଧିକାଂଶ ଅଣ୍ଟାରେ ବାନ୍ଧିବାକୁ ପସନ୍ଦ କରୁଛନ୍ତି ।




admin 