ମଝି ଚିଲିକାରେ ଫସିଲା ଭସାପୋଲା

ମଝି ଚିଲିକାରେ ଫସିଲା ଭସାପୋଲା

ମଝି ଚିଲିକାରେ ଫସିଲା ଭସାପୋଲା


ଚିଲିକା : ଚିଲିକା ମଝିରେ ଫସିଲା ଭସାପୋଲା । ଶତାଧିକ ଯାତ୍ରୀଙ୍କ ସମେତ ୨ ଟି ଯାତ୍ରୀବାହୀ ବସ ଓ ୨୦ ରୁ ଅଧିକ ବାଇକ ସେହି ଭସାପୋଲାରେ ରହିଥିଲା ।
ଖବର ଅନୁଯାୟୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ରୁ ଜହ୍ନିକୁଦା ଆଭିମୂଖେ ଯାଉଥିଲା ଏହି ଭସାପୋଲା । ଚିଲିକାରେ ଜଳସ୍ତର ହ୍ରାସ ହେବା ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି । ପ୍ରାୟ ୧ ଘଣ୍ଟା ଧରି ଏହି ଭସାପୋଲା ସହିତ ଯାତ୍ରୀମାନେ ଚିଲିକା ମଝିରେ ଫସି ରହିଛନ୍ତି । ୧୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି ।