ମଡେ଼ଲ ଚା’ବାଲୀ

ମଡେ଼ଲ ଚା’ବାଲୀ

ମଡେ଼ଲ ଚା’ବାଲୀ

ମିସ୍ ଗୋରଖପୁର ଟାଇଟଲ ଜିତିଥିବା ଏବଂ ମଡେ଼ଲିଂ ଦୁନିଆରେ ଖାସ୍ ପରିଚୟ ପାଇଥିବା ଜଣେ ଝିଅ ଏବେ ଚା’ ବିକୁଛନ୍ତି । ତାଙ୍କ ଭିଡ଼ିଓ ୟୁଟୁ୍ୟବରେ ଭାଇରାଲ ହେଉଛି । ସେ ନିଜ ଚା’ ଦୋକାନର ନାଁ ରଖିଛନ୍ତି ‘ମଡେ଼ଲ ଚାୟବାଲି’ । ତେବେ ଚା’ ବିକ୍ରି କରିବାର କାରଣ ମିସ୍ ଗୋରଖପୁର ସିମରନ ଗୁପ୍ତା ଏକ ଭିଡ଼ିଓରେ କହିଛନ୍ତି । ୨୦୧୮ ମସିହାରେ ସେ ମିସ୍ ଗୋରଖପୁର ଟାଇଟେଲ ଜିତିଥିଲେ । ମଡେ଼ଲିଂ ଦୁନିଆରେ ମଧ୍ୟ କାମ କରିଥିଲେ । କିନ୍ତୁ କରୋନା ମହାମାରୀ ଯୋଗୁ ତାଙ୍କ କାମ ଉପରେ ପ୍ରଭାବ ପଡ଼ିଲା । ସେଥିପାଇଁ ସେ ଚା’ ବିକ୍ରି ଆରମ୍ଭ କଲେ । ପରିବାରକୁ ଆର୍ଥିକ ସମର୍ଥନ ବହୁତ ଜରୁରୀ ଥିବାବେଳେ ସିମରନ ଏହି ପଦକ୍ଷେପ ନେଇଥିଲେ ।

ସିମରନ କହିଛନ୍ତ. ଦୋକାନର ନାମ ସହ ତାଙ୍କ ବୃତ୍ତିକୁ ମଧ୍ୟ ଯୋଡ଼ାଯାଇଛି । ତାଙ୍କର ଜଣେ ଭାଇ ଦିବ୍ୟାଙ୍ଗ । ପରିବାରରେ ଆୟ ସୀମିତ ଥିଲା । ଗୋଟିଏ ସ୍ଥାନରେ ସେ ଚାକିରି କରୁଥିଲେ, କିନ୍ତୁ ଅନେକ ମାସ ଧରି ଦରମା ମିଳିଲା ନାହିଁ । ସେଥିପାଇଁ ସେ ଚା’ ବିକ୍ରି କରିବାକୁ ନିଷ୍ପତ୍ତି ନେଲେ । ଝିଅମାନେ ସବୁ କାମରେ ଆଗରେ ଥିବାବେଳେ ଏହିକାମରେ ସେ କାହିଁକି ପଛରେ ରହିବେ ବୋଲି ତାଙ୍କର ମତ । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଯୋଗୁଁ ତାଙ୍କୁ ଖୁବ ସମର୍ଥନ ମିଳିଛି । ତାଙ୍କ ଚା’ ଓ ଏହି ପ୍ରୟାସକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି । ଝିଅର ଏହି କାମକୁ ନେଇ ତାଙ୍କ ବାପା ମଧ୍ୟ ଖୁସି ବୋଲି ସିମରନ କହିଛନ୍ତି ।

ସିମରନଙ୍କ ବାପାଙ୍କ କହିବା ଅନୁସାରେ, କୌଣସି କାମ ଛୋଟ ବା ବଡ଼ ହୋଇନଥାଏ । ଝିଅ ମିସ ଗୋରଖପୁର ହେବା ପରେ ସେ ଯେତିକି ଖୁସି ହୋଇଥିଲେ, ଚା’ ବିକ୍ରିକୁ ଆପଣେଇବା ପରେ ମଧ୍ୟ ସେତିକି ଖୁସି ଅଛନ୍ତି ।