ମର୍ମନ୍ତୁଦ ସଡକ ଦୁର୍ଘଟଣା - ଠିକାଦାର ଙ୍କ ମନମାନୀ ଯୋଗୁଁ ଚାଲିଗଲା ଜିବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା - ଠିକାଦାର ଙ୍କ ମନମାନୀ ଯୋଗୁଁ ଚାଲିଗଲା ଜିବନ

ମର୍ମନ୍ତୁଦ ସଡକ  ଦୁର୍ଘଟଣା - ଠିକାଦାର ଙ୍କ ମନମାନୀ ଯୋଗୁଁ ଚାଲିଗଲା ଜିବନ
ବେଲପଡା(ମନୋଜ କୁମାର ମିଶ୍ର)-ସୋମବାର ବିଳମ୍ବିତ ରାତ୍ରୀ ରେ ୍ ଯୁବା ଗ୍ରାମ ର ଭରଦ୍ୱାଜ ଆଶ୍ରମ ନିକଟ ବରିଆପାଲି ଗ୍ରାମ ନିକଟ ନିର୍ମାଣ ଧିନ ରାସ୍ତା ଠାରେ ପାଟଣାଗଡ ଅଭିମୁଖେ ଯାଉଥିବା ବାଇକ ଆରୋହୀ ଦ୍ୱୟ ଦୁର୍ଘଟଣା ଗ୍ରସ୍ଥ ହୋଇଛନ୍ତି । ଘଟଣାସ୍ଥଳ ରେ ବାଇବ ଆରୋହୀ ଙ୍କ ମୃତ୍ୟୁ ହୋଇଥିଲାବେଳେ ପଛରେ ବସିଥିବା ଯୁବକ କୁ ଗୁରୁତର ଅବସ୍ଥା ରେ ବଲାଙ୍ଗିର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମ ର ପ୍ରବୀର ମାଝି(୩୫)ଆହତ ବ୍ୟକ୍ତି ହେଲେ ପ୍ରବୀର ର ବଡଶଳା ବେଲପଡା ଥାନାଅନ୍ତର୍ଗତ ଖଲିଆପାଲି ଗ୍ରାମ ର ହରିବନ୍ଧୁ ମାଝୀ (୪୫) ଖବର ନେବାରେ ଜଣାଯାଏ ଯେ ପ୍ରବୀର ସୋମବାର ଖଲିପଥର ଗ୍ରାମ ନିଜ ଶ୍ୱଶୁର ଘରକୁ ସ୍ତ୍ରୀ ପିଲାଙ୍କୁ ନେଇ ଆସିଥିଲେ ତେବେ କୈାଣସି ଏକ କାମ ନେଇ ନିଜ ବଡଶଳା ହରିବନ୍ଧୁ ଙ୍କ ସହ ରାତ୍ରୀ ୧୦ ଟାରେ ପାଟଣାଗଡ ଅବିମୁଖେ ବାଇକ ଯୋଗେ ଦୁହେଁ ବାହାରିଥିଲେ ତେବେ ଭରଦ୍ୱାଜ ଆଶ୍ରମ ନିକଟ ବରିଆପାଲି ଠାରେ ନୁତନ ଭାବରେ ରାସ୍ତା ନିର୍ମାଣଚାଲିଥିବା ଏକ ପୋଲ ନିକଟରେ ଠିକାଦାର ଙ୍କ ମନମାନୀ ରେ ରାସ୍ତା ପାଶ୍ୱର୍ସ୍ଥ ପୋଲ ନିକଟରେ ୨ଟି ବଡଗଛ ଦ୍ୱାରା ଅବରୋଧ କରାଯାଇଥିଲା ସେହି ଗଛ ରେ ହୁହେଁ ପିଟି ହୋଇଥିଲେ ଦୁର୍ଘଟଣା ଏତେ ଜୋର ରେ ଥିଲା ଯେ ବାଇକ ର ଚକ ଓ ରିଙ୍ଗ ଅଲଗା ହୋଇଯଇଥିଲା ଓ ଘଟଣା ସ୍ଥଳ ରେ ବାଇକ ଚାଳକ ପ୍ରବୀର ମୃତ୍ୟୁ ହୋଇଥିଲା । ତେବେ ହରିବନ୍ଧୁ ଘଟଣାସ୍ଥଳ ରେ ପଡିରହି ଘୋସାରି ଘୋସାରୀ ବଡପାଟି ରେ ଲୋକ ଙ୍କୁ ସାହାଯ୍ୟ ମାଗିଥିଲେ ଲୋକେ ଘଟଣା ସଂପର୍କ ରେ ଜାଣି ଆହତ ହରିବନ୍ଧୁ କୁ ଉଦ୍ଧାର କରି ପାଟନାଗଡ ପରେ ବଲାଙ୍ଗିର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲେ । ଖବର ପାଇ ଘଟଣାସ୍ଥଳ ରେ ପୋଲିସ ପହଂଚିଥିଲା କିନ୍ତୁ ସେଠିକାର ଜନସାଧାରଣ ଠିକାଦାର ଙ୍କୁ ଏହି ଘଟଣାରେ ଦାୟୀ କରି ସକାଳ ୭ ଟାରୁ ରାସ୍ତା ଅବରୋଧ କରିଛନ୍ତି । ଖବରପାଇ ବେଲପଡା ତହସିଲଦାର ପ୍ରିୟ ରଂଜନ କୁମାର ଓ ବେଲପଡା ଏବିଡିଓ ରାମବିଳାସ ମଙ୍ଗରାଜ ରାସ୍ତା ଅବରୋଧକାରୀ ଙ୍କ ସାଙ୍ଗରେ ଆଲୋଚନା କରି ରେଡକ୍ରସ ଫଣ୍ଡ ରୁ ୧୦ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ଓ ବିଧବା ଭତ୍ତା ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ସାହାଯ୍ୟ ର ପ୍ରତିଶୃତି ରାସ୍ତାରୋକ ହଟି ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।ପୋଲିସ ଶବ ଓ ବାଇକ କୁ ଜବତ କରି ବେଲପଡା ଥାନାରେ ଏନଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରିଛନ୍ତି ଓ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି ।