ମହାବଳ ‘ଚିନୁ’ ଓ ବାଘୁଣୀ ‘ରାଣୀ’ ରାଜସ୍ଥାନ ଗଲେ

ମହାବଳ ‘ଚିନୁ’ ଓ ବାଘୁଣୀ ‘ରାଣୀ’ ରାଜସ୍ଥାନ ଗଲେ

ମହାବଳ ‘ଚିନୁ’ ଓ ବାଘୁଣୀ ‘ରାଣୀ’ ରାଜସ୍ଥାନ ଗଲେ
ବାରଙ୍ଗ: ନନ୍ଦନକାନନର ୪ ବର୍ଷୀୟ ମହାବଳ ବାଘ ଚିନୁ ଓ ସାଧାରଣ ନାଲି ରଙ୍ଗର ୩ ବର୍ଷୀୟା ବାଘୁଣୀ ରାଣୀକୁ ରାଜସ୍ଥାନ ଚିଡିଆଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁଇ ବାଘ ବାଘୁଣୀଙ୍କ ସହ ଏକ ଅଣ୍ଡିରା ବାରହା; ୩୦ ବର୍ଜରି ପକ୍ଷୀ ଓ ୧୪ ଜାଭା ଚଟିଆଙ୍କୁ ରାଜସ୍ଥାନ ପଠାଯାଇଛି । ପ୍ରତିବଦଳରେ ନନ୍ଦନକାନନକୁ ରାଜସ୍ଥାନରୁ କଲରାପତରିଆ ବାଘ ଓ ଘଡ଼ିଆଳ କୁମ୍ଭୀର ଅଣାଯିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ମୋଟ ୪୭ଟି ପ୍ରାଣୀଙ୍କୁ ରାଜସ୍ଥାନସ୍ଥିତ ନହରଗର ବାୟୋଲୋଜିକାଲ ପାର୍କକୁ ପଠାଯାଇଛି । ମହାବଳ ବାଘ ‘ଚିନୁ’୨୦୧୬ ଅଗଷ୍ଟ ୫ରେ ଜନ୍ମ ଗ୍ରହଣ କରିଥିଲା ।