ମହିଳା ଯାତ୍ରୀଙ୍କ ପାଇଁ ରେଳ ବିଭାଗର ବଡ଼ ନିଷ୍ପତ୍ତି
ମହିଳା ଯାତ୍ରୀଙ୍କ ପାଇଁ ରେଳ ବିଭାଗର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଖୁସି ଖବର। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନେଇଛନ୍ତି ନୂଆ ପଦକ୍ଷପ। ଏଣିକି ମହିଳାମାନେ ଆରାମରେ ଟ୍ରେନ୍ରେ ଯାତ୍ରା କରିପାରିବେ। ଦୂରଗାମୀ ଟ୍ରେନରେ ମହିଳାଙ୍କ ଯାତ୍ରାକୁ ସୁରକ୍ଷିତ ଓ ଆରାମ ଦାୟକ କରିବାକୁ ରେଳ ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବର୍ଥ ସଂରକ୍ଷିତ ରଖାଯିବ। ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ସ୍ଲିପର୍ କ୍ଲାସରେ ୬ଟି ବର୍ଥ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଏହାସହିତ ଏଥିରେ ମହିଳାଙ୍କ ବୟସର କଟକଣା ରହିବ ନାହିଁ କି ମହିଳା ଜଣକ ଏକା କିମ୍ବା ଅନ୍ୟମାନଙ୍କ ସାଙ୍ଗରେ ଯାତ୍ରା କରୁଛନ୍ତି, ତାହା ଦେଖା ଯିବ ନାହିଁ। ସେହିପରି ପ୍ରତ୍ୟେକ ସ୍ଲିପର୍ ବଗିରେ ବରିଷ୍ଠ ନାଗରିକ, ଗର୍ଭବତୀ ଓ ୪୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ୬-୭ଟି ବର୍ଥ ସଂରକ୍ଷିତ ରହିବ। ଏହା ସହିତ ମହିଳାଙ୍କ ସୁରକ୍ଷା ପାଇଁ ଆରପିଏଫ୍, ଜିଆରପି ଓ ଜିଲ୍ଲା ପୁଲିସକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯିବ।
ସେହିପରି ଦୂରନ୍ତୋ ଏବଂ ସଂପୂର୍ଣ୍ଣ ଏସି ଥିବା ଏକ୍ସପ୍ରେସ୍ ଟ୍ରେନରେ ମଧ୍ୟ ୬ଟି ଲେଖାଏଁ ବର୍ଥ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଓ ଥ୍ରୀ ଟିୟର ଏସିରେ ୪-୫ଟି, ସେକେଣ୍ଡ ଟିୟର୍ ଏସିରେ ୩-୪ଟି ବର୍ଥ ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।




admin 