ମାଇଁ ଫାସଟ୍ୟାଗ ଆପ୍ ରଖନ୍ତୁ

ମାଇଁ ଫାସଟ୍ୟାଗ ଆପ୍ ରଖନ୍ତୁ

ମାଇଁ ଫାସଟ୍ୟାଗ ଆପ୍ ରଖନ୍ତୁ
ଗାଡ଼ି ଚାଳକ କିମ୍ବା ମାଲିକମାନେ ଜାତୀୟ ରାଜପଥରେ ଯିବା ସମୟରେ ଯଦି ଟୋଲପ୍ଲାଜା ପଡୁଥାଏ ତା ହେଲେ ତାହାର ଯଥେଷ୍ଟ ପୂର୍ବରୁ ଫାସଟ୍ୟାଗ ଶୁଳ୍କ ପୈଠ ପାଇଁ ୱାଲେଟ ଓ ଆକାଉଣ୍ଟରେ ଟଙ୍କା ଅଛି କି ନାହିଁ ଯାଞ୍ଚ କରିନିଅନ୍ତୁ । ଆକାଉଣ୍ଟରେ ଟଙ୍କା ନଥିଲେ ଟଙ୍କା ରଖନ୍ତୁ । ଏହା ହେଲେ ଟୋଲପ୍ଲାଜରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ମାଇ ଫାସଟ୍ୟାଗ ଆପ ମାଧ୍ୟମରେ ଲୋକମାନେ ସେମାନଙ୍କ ଫାସଟ୍ୟାଗ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଜାଣିପାରିବେ ବୋଲି ଏନଏଚଆଇର ବରିଷ୍ଠ ଅଧିକାରୀ ଡ.ରାମ ପ୍ରସାଦ ପଣ୍ଡା କହିଛନ୍ତି । ମୋଟ ଗାଡ଼ିରେ ବ୍ଲକ ହୋଇଥିବା କିମ୍ବା ପଇସା ନଥିବା ଫାସଟ୍ୟାଗ ବିଶିଷ୍ଟ ଗାଡ଼ି ସଂଖ୍ୟା ପ୍ରାୟ ୦.୫% ରହୁଛି । ସେମାନଙ୍କ ପାଇଁ ମଧ୍ୟ ଅସୁବିଧା ହେଉଛି ବୋଲି ଡ. ପଣ୍ଡା କହିଛନ୍ତି । ମାଗଣା ଫାସଟ୍ୟାଗ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ମାଗଣାେର ଗାଡ଼ିବାଲାଙ୍କୁ ଫାସଟ୍ୟାଗ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ଏହା ଏବେ ବି ମାଗଣାରେ ଟୋଲପ୍ଲାଜା ନିକଟରେ ଦିଆଯାଉଛି । ଏଥିପାଇଁ ଯେଉଁ ଅର୍ଥ ଗାଡ଼ିବାଲା ଦେଉଛନ୍ତି ତାହାକୁ ସେମାନଙ୍କ ଆକାଉଣ୍ଟ କିମ୍ବା ୱାଲେଟରେ ଜମା କରାଯାଉଛି । ସେହି ଅର୍ଥରୁ ଶୁଳ୍କ କଟୁଛି ବୋଲି ଏନଏଚଏଆଇ ସୂତ୍ରରୁ ଜଣାଯାଇଛି । ରାଜ୍ୟରେ ୧୪ ଟୋଲ ପ୍ଲାଜା ରାଜ୍ୟରେ ଥିବା ୧୪ଟି ଟୋଲ ପ୍ଲାଜା ମଧ୍ୟରୁ ୭ଟା ୧୦ ଲେନ ବିଶିଷ୍ଟ ହୋଇଥିବା ବେଳେ ୫ଟି ପ୍ଲାଜା ୮ ଲେନ ବିଶିଷ୍ଟ ଏବଂ ୨ଟି ପ୍ଲାଜା ୬ ଲେନ ବିଶିଷ୍ଟ । ୧୦ ଲେନ ବିଶିଷ୍ଟ ୭ଟି ଟୋଲ ପ୍ଲାଜା ହେଲା ପିପିଲି, ମଙ୍ଗୁଳି, କରାପାଡୁ, ପୁରୀପଡ଼ା, ବସନ୍ତପୁର, କଣ୍ଟାଘର, ବନଯୋଡ଼ି । ସେହିଭଳି ୮ ଲେନ ବିଶିଷ୍ଟ ୫ଟି ଟୋଲ ପ୍ଲାଜା ଗୁଡ଼ିକ ହେଲା ଶ୍ରୀରାମପୁର, ଶେରଗଡ଼, ପାଣିକୋଇଲି, କୁରାପଲ୍ଲୀ, ବାହାରଗୁଡ଼ା, ସେହିଭଳି ୬ ଲେନ ବିଶିଷ୍ଟ ୨ଟି ଟୋଲ ପ୍ଲାଜା ହେଲା ଖମାର ଓ ବ୍ରଜରାଜନଗର ।