ମାନସ ହତ୍ୟାକାଣ୍ଡ; ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ

ମାନସ ହତ୍ୟାକାଣ୍ଡ; ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ

ମାନସ ହତ୍ୟାକାଣ୍ଡ; ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ

 ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ‘ସମ୍ପୂର୍ଣ୍ଣ’ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଶେଷରେ ଗିରଫ କରିବାରେ ସଫଳ ହୋଇଛି କ୍ରାଇମ୍‌ବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। 

ଉଭୟଙ୍କୁ ଭଦ୍ରକ ଜିଲ୍ଳା ନଳାଙ୍ଗରୁ ତାଙ୍କୁ ଗିରଫ କରାଯାଇଥିବା ଭଦ୍ରକ ପୁଲିସ ସୂଚନା ଦେଇଛି। ଉଭୟଙ୍କୁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି ।  ଅନ୍ୟ ୫ ଅଭିଯୁକ୍ତଙ୍କ ସହ  ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ ।  ଏହି ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ । 

କୁହାଯାଉଛି ଯେ ଏକ ଚିପ ପାଇଁ ମାନସଙ୍କୁ  ଅପହରଣ ପରେ ହତ୍ୟା କରାଯାଇଥିଲା ।  ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା ।  ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଶବ ପୋତାଯାଇଥିଲା ।  ହତ୍ୟାକାଣ୍ଡ ପରେ ଶର୍ମିଷ୍ଠା ରାଜ୍ୟ ବାହାରକୁ ପଳାଇଥିଲେ ବୋଲି କୁହାଯାଉଥିଲା ।  ପ୍ରଥମେ ଭଦ୍ରକ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ନେଇଥିଲା । ତଦନ୍ତଭାର ନେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିଥିଲା । ତେବେ ଏବେ ଶର୍ମିଷ୍ଠାଙ୍କୁ ଭଦ୍ରକରୁ ଗିରଫ କରାଯାଇଛି । ଏବେ ତାଙ୍କ ଗିରଫଦାରୀ ପରେ ଘଟଣା ପଛର ପ୍ରକୃତ ରହସ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି ।  

ସୂଚନା ମୁତାବିକ, ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଏହାପରେ ପ୍ରମାଣ ନଷ୍ଟ କରିଥିଲେ ଶର୍ମିଷ୍ଠା, ନିରଞ୍ଜନଙ୍କ ସହ ଅନ୍ୟମାନେ । ଚାନ୍ଦବାଲି ଥାନା ପୁଲିସ୍ ଏମିତି କିଛି ତଥ୍ୟ ଦେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ୩୬୩ (ଅପହରଣ), ୩୬୪ (ହତ୍ୟା ଉଦ୍ଦେଶ୍ୟରେ ଅପହରଣ), ୩୦୨ (ହତ୍ୟା), ୪୬୫ (ଜାଲିଆତି), ୪୭୧ (ଜାଲ୍ ଦଲିଲ୍ ବ୍ୟବହାର), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଇଛି ।