ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ସୀମା ସିଲ୍

ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ସୀମା ସିଲ୍

ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ସୀମା ସିଲ୍
ମାଲକାନଗିରି: ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ସୀମା ସିଲ୍ କଲା ଜିଲ୍ଲା ପ୍ରଶାସନ। ମାଲକାନଗିରି ଠାରୁ ଛତିଶଗଡ ସୁକୁମା, ଜଗଦଲପୁର ଓ ରାୟପୁର ମଧ୍ୟରେ ବସ ଚଳାଚଳ ବନ୍ଦ କରାଯାଇଛି। ଆଜି ଠାରୁ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ଛତିଶଗଡରୁ କୌଣସି ବସ୍ ମାଲକାନଗିରି ଆସି ପାରିବ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସୀମାବର୍ତ୍ତୀ ରାଜ୍ୟ ଗୁଡିକରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏତଦ୍ ବ୍ୟତୀତ ଆଜି ଠାରୁ ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସାତ ଦିନ ହୋମ କରେଣ୍ଟାଇନରେ ରହିବାକୁ ପଡିବ । ଏହା ସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ । ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ କଟକଣା ଜୋରଦାର କରାଯାଇଛି । ପଡୋଶୀ ରାଜ୍ୟ ଛତିଶଗଡରେ କରୋନାର ନୂଆ ଷ୍ଟ୍ରେନ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ସୁକୁମା ମାଲକାନଗିରି ସୀମାନ୍ତରେ ଲୋକଙ୍କୁ ଡାକ୍ତରି ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି ।