ମା‌ଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲ୍‌ରେ ଥିଲେ, ଦୋଷମୁକ୍ତ ହେଲେ ୧୨୧

ମା‌ଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲ୍‌ରେ ଥିଲେ, ଦୋଷମୁକ୍ତ ହେଲେ ୧୨୧

ମା‌ଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲ୍‌ରେ ଥିଲେ, ଦୋଷମୁକ୍ତ ହେଲେ ୧୨୧

ରାୟପୁର: ଛତିଶଗଡ଼ର ୧୨୧ ଜଣ ଆଦିବାସୀଙ୍କୁ ଦୋଷମୁକ୍ତ କରିଛନ୍ତି ଦାନ୍ତେୱାଡାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ।  ଏହି ଆଦିବାସୀ ଲୋକମାନଙ୍କୁ ମାଓବାଦୀ ସନ୍ଦେରେ ଦୀର୍ଘ ୫ ବର୍ଷ ହେଲା ଜେଲରେ ବନ୍ଦୀ କରି ରଖାଯାଇଥିଲା। ୨୦୧୭ ମସିହାରେ ମାଓବାଦୀମାନେ ବୁରକାପଲ ଗାଁ ନିକଟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନରସଂହାର କରିଥିଲେ। ଏଥିରେ ୨୬ ଜଣ ଯବାନ ସହିଦ ହୋଇଥିଲେ। ମାଓବଦୀମାନଙ୍କୁ ସହଯୋଗ କରିଥିବା ସନ୍ଦେହରେ ଏହି ୧୨୧ ଜଣ ଆଦିବାସୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି। ୨୦୧୭ ହମଲା ପରେ ସୁକମା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ୬ଟି ଗାଁରୁ ଏତେ ସଂଖ୍ୟକ ଆଦିବାସୀମାନଙ୍କୁ ସୁରକ୍ଷାକର୍ମୀ ଗିରଫ କରିଥିଲେ। ଗିରଫ ବେଳେ ଅଧିକାଂଶ ଆଦିବାସୀଙ୍କ ବୟସ ୨୦ ଓ ୩୦ ବର୍ଷ ମଧ୍ୟରେ ରହିଥିଲା।

ସମସ୍ତଙ୍କୁ ଦୋଷମୁକ୍ତ କରି ଏନଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଦୀପକ କୁମାର କହିଛନ୍ତି, ଗିରଫ ବେଳେ ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ଓ ଗୁଳିଗୋଳା ମିଳିଥିବାର ପ୍ରମାଣ ସରକାରୀ ଓକିଲ ଉପସ୍ଥାପନ କରିପାରି ନାହାନ୍ତି। ସେହିପରି ମାଓବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ବେଳେ ଅଭିଯୁକ୍ତମାନେ ସେଠାରେ ଉପସ୍ଥିତ ଥିବାର ପ୍ରମାଣ ମଧ୍ୟ ମିଳିନି। ତେଣୁ ସେମାନଙ୍କୁ ଦୋଷୀ ଭାବେ ବିବେଚନା କରାଯାଇ ପାରିବ ନାହିଁ।ଇୟଗ୍ଦ ଭଚ୍ଚ

ଏନଆଇଏ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ଛତିଶଗଡ଼ ପୁଲିସ୍ ଏବେ ଏହି ରାୟକୁ ଯାଞ୍ଚ କରିବ। ଏହାପରେ ପୁଲିସ୍ ପକ୍ଷରୁ ହାଇକୋର୍ଟରେ  ଆବେଦନ କରାଯିବ କି ନାହିଁ, ତା’ର ବିଚାର କରାଯିବ ବୋଲି ଜଣାପଡ଼ିଛି।

୨୦୧୦ ମସିହା ପରେ ୨୦୧୭ ଏପ୍ରିଲ ୨୪ରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବସ୍ତର ଅଞ୍ଚଳରେ ବଡ଼ ଆକ୍ରମଣ କରିଥିଲେ। ୨୦୧୦ରେ ୭୬ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦୧୭ର ଡବଲ ଆଟାକରେ ୨୬ ଜଣଙ୍କ ଜୀବନ ଯାଇଥିଲା। ଏହି ହମଲା ପରେ ପୁଲିସ୍ ବୁରକାପଲ, ଗୋଣ୍ଡାପାଲ୍ଲୀ, ଚିନ୍ତାଗୁଫା, ତାଲମେଟଲା, କୋରାଇଗୁଣ୍ଡୁମ ଓ ଟୋଙ୍ଗୁଡାରୁ ୧୨୧ ଜଣ ଆଦିବାସୀଙ୍କୁ ଗିରଫ କରିଥିଲା।