ମୁଖ୍ୟ ଶାସନ ସଚିବଙ୍କ ସଡ଼କ ନିରାପତ୍ତା ସ୍ଥିତି ସମୀକ୍ଷା

ମୁଖ୍ୟ ଶାସନ ସଚିବଙ୍କ ସଡ଼କ ନିରାପତ୍ତା ସ୍ଥିତି ସମୀକ୍ଷା

ମୁଖ୍ୟ ଶାସନ ସଚିବଙ୍କ ସଡ଼କ ନିରାପତ୍ତା ସ୍ଥିତି ସମୀକ୍ଷା
ଭୁବନେଶ୍ୱର: ହେଲମେଟ ନ ପିନ୍ଧିବା ଯୋଗୁଁ ପ୍ରାୟ ୪୧ ପ୍ରତିଶତ ଦୁର୍ଘଟଣାରେ ବାଇକ ଆରୋହୀ ମୃତୁ୍ୟ ମୁଖରେ ପଡୁଛି । ସ୍ପିଡରେ ଗାଡ଼ି ଚଳାଇବାରୁ ଶହେରୁ ୬୯ ଜଣଙ୍କ ଦୁର୍ଘଟଣା ଘଟୁଛି । ସବୁଠାରୁ ସାଂଘାତିକ ତଥ୍ୟ ହେଉଛି, ଦୁର୍ଘଟଣା ଜନିତ ମୃତୁ୍ୟ ଯୋଗୁଁ ପ୍ରତିବର୍ଷ ଜାତୀୟ ସ୍ତରରେ ଜିଡିପିରେ ୩.୧୪ ପ୍ରତିଶତ କ୍ଷତି ହେଉଛି । ଯାହାକି, ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସଡ଼କ ନିରାପତ୍ତା ସ୍ଥିତି ସମୀକ୍ଷା କରି ଏହି ଉଦବେଗଜନକ ସ୍ଥିତିକୁ ଦର୍ଶାଇଛନ୍ତି । ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି କରିବାକୁ ସମସ୍ତ ଆରଟିଓ ଓ ଟ୍ରାଫିକ ପୁଲିସକୁ କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି, ସଡ଼କ ସୁରକ୍ଷା ନିୟମକୁ କଡ଼ା କର । ଜିଲ୍ଲାୱାରୀ କାର୍ଯ୍ୟଯୋଜନା ପ୍ରସ୍ତୁତ କର । ସଡକ ନିରାପତ୍ତାରେ ଆଗ୍ରହୀ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସାମିଲ କର । ଜାତୀୟ ରାଜପଥ ଓ ଅନ୍ୟ ମୁଖ୍ୟ ରାସ୍ତାର ସଂଯୋଗ ସ୍ଥଳ ଠିକ ପୂର୍ବରୁ ‘ରମ୍ବଲର’ ଲଗାଇବା ସହ ସତର୍କ ସୂଚନା ଫଳକ ରହିବ । ଆମ୍ବୁଲାନ୍ସର ରିୟଲ ଟାଇମ ପରିଚାଳନାକୁ ଗୁରୁତ୍ୱ ଦିଅ ।