ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡଙ୍ଗୀ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର: ଟ୍ୱିନ ସିଟିରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଜନସଂଖ୍ୟା। ତେଣୁ ସମୟ ସହ ତାଳ ଦେଇ ଏଠାକାର ଅଧିବାସୀଙ୍କୁ ମେଟ୍ରୋ ଟ୍ରେନ୍ର ସୁବିଧା ଦରକାର। ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିବା ବେଳେ ଏବେ ଏହି ଆଶାକୁ ପୁଣି ଥରେ ଉଜ୍ଜୀବିତ କରିଛନ୍ତି ଭୁବନେଶ୍ୱର ସାଂସଦ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି।
ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ କରିଥିବା ଟ୍ୱିଟ୍ ଅନୁଯାୟୀ, କଟକ-ଭୁବନେଶ୍ୱରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ମେଟ୍ରୋ ଟ୍ରେନ ଚାଲିବା ଦରକାର। ଏହାଦ୍ୱାରା ଲୋକେ ଖୁବ୍ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିସହ କେନ୍ଦ୍ର ନଗର ଉନୟନ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ ଉଲ୍ଲେଖ କରିଛନ୍ତି। ଏହାବାଦ ଆବଶ୍ୟକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଥିବା ଅପରାଜିତା ଟ୍ୱିଟ୍ କରିଛନ୍ତି।




admin 