ମେ ୩ରୁ ମାଟି୍ରକ ଓ ୧୫ରୁ +୨ ପରୀକ୍ଷା

ମେ ୩ରୁ ମାଟି୍ରକ ଓ ୧୫ରୁ +୨ ପରୀକ୍ଷା

ମେ ୩ରୁ ମାଟି୍ରକ ଓ ୧୫ରୁ  +୨ ପରୀକ୍ଷା
ଭୁବନେଶ୍ୱର:ମେ ୩ ତାରିଖରୁ ରାଜ୍ୟରେ ମାଟି୍ରକ ପରକ୍ଷା ଆରମ୍ଭ ହେବ । ମେ ୩ରୁ ୧୫ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ସେହିପରି ମେ ୧୫ ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା । ମେ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୧ ଯାଏଁ ପରୀକ୍ଷା ଚାଲିବ । ଏପ୍ରିଲ ୨୯ରୁ ମେ ୧୪ ଯାଏ ଦ୍ୱାଦଶ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ । ମାଟି୍ରକ ଓ ଦ୍ୱାଦଶ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ, ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବ । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଡା ହେବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ ପାଠ ପଢା ହେବ । ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ କ୍ଲାସ ହେବ ।