ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡା ଫେରୀ ଘାଟ ନିକଟରେ ନାୟକ ନାମକ ଏକ ଯାତ୍ରୀବାହୀ ବସରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ତେବେ ଏହି ଦୁର୍ଘଟଣାରୁ ଡ୍ରାଇଭର ଓ କଣ୍ଡକ୍ଟର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ନାୟକ ନାମକ ଏକ ଯାତ୍ରୀବାହୀ ବସ୍ ପ୍ରତିଦିନ ଭୁବନେଶ୍ଵରରୁ ଭାୟା ଚାନ୍ଦବାଲି ଦେଇ ବାଂଶଡା ଫେରି ଘାଟ ନିକଟରେ ରାତ୍ରୀ ଯାପନ କରିଥାଏ । ବୁଧବାର ବସ୍ ଯାତ୍ରା ସାରି ଫେରିବା ପରେ ଘାଟି ନିକଟରେ ରାତ୍ରୀ ଯାପନ କରିଥିଲା। ବସରେ ଡ୍ରାଇଭର ଓ କଣ୍ଡକ୍ଟର ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବସରେ ନିଆଁ ଲଗାଇ ଦେଇଥିଲେ। ତେବେ ବସରେ ନିଆଁ ଲାଗିଥିବା ଜାଣିପାରି କଣ୍ଡକ୍ଟର ଓ ଡ୍ରାଇଭର କାଚ ଭାଙ୍ଗି ବାହାରକୁ ଚାଲି ଆସିଥିଲେ। ତେବେ ବସଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଲା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ବସଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି।