ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୨୮ ମୃତ

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୨୮ ମୃତ

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୨୮ ମୃତ

ମସ୍କୋ: ରୁଷର ସୁଦୂର ପୂର୍ବକ୍ଷେତ୍ର କାମଚଟକାରେ ମଙ୍ଗଳବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲର (ଏଟିସି) ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହା ପରେ ପାହାଡ଼ର ଶିଖରରେ ଧକ୍କା ଖାଇ ତାହା ସମୁଦ୍ରକୁ ଖସିପଡ଼ିଛି । ଏହି ଅଘଟଣ ଯୋଗୁ ବିମାନରେ ଥିବା ସମସ୍ତ ୨୮ ଜଣଙ୍କର ପ୍ରାଣହାନୀ ଘଟିଛି । ସେମାନଙ୍କ ମଧ୍ୟରେ ୨୨ ଜଣ ଯାତ୍ରୀ ଓ ବିମାନର ୬ ଜଣ କ୍ରୁ ସାମିଲ । ରିପୋର୍ଟ ଅନୁସାରେ ଏଏନ-୨୬ ନାମକ ଏହି ବିମାନଟି କାମଚାଟକା ଆଭିଏସନ ଏଣ୍ଟରପ୍ରାଇଜ କମ୍ପାନୀର ଥିଲା । ତାହା ଉତ୍ତର କାମଚଟକାର ଏକ ଛୋଟ ଗାଁ ପାଲନାରେ ଅବତରଣ କରିବାର ପ୍ରାୟ ୧୦ କିମି ପୂର୍ବରୁ ଏୟାର ଟ୍ରାଫିକ କଣ୍ଟ୍ରୋଲର (ଏଟିସି) ସହ ବିମାନର ଯୋଗଯୋଗ ବିଚ୍ଛିନ୍ନ ହୋଇଗଲା । ଏହା ପରେ ପାଲନା ବିମାନ ବନ୍ଦରର ୪ କିମି ପୂର୍ବରୁ ସମୁଦ୍ରରୁ ବିମାନ ଭଗ୍ନାବଶେଷ ମିଳିଛି । ଦୁର୍ଘଟଣାସ୍ଥଳକୁ ଏକ ଏମଆଇ୮ ହେଲିକେପ୍ଟର ସହ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି । ସେପଟେ ରୁଷର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ ଦୁର୍ଘଟଣାର କାରଣ ଜାଣିବା ଲାଗି ଏକ କମିଶନ ଗଠନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।