ଯେତେ ବର୍ଷା ହେଲେ ବି ଭୋଟ୍ ଦେବ, ନହେଲେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ: ମମତା
ଯେତେ ବର୍ଷା ହେଲେ ବି ଭୋଟ୍ ଦେବ, ନହେଲେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ: ମମତା
କୋଲକାତା: ଭବାନୀପୁର ଜତିଲେ ମୁଖ୍ୟମନ୍ତ୍ରୀ ପଦ ରହିବ। ନେଉହେଲେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ। ନନ୍ଦିଗ୍ରାମରେ ହାରିବା ପରେ ଏବେ ଭବାନୀପୁରରେ ଦିଦି ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଦିଦିଙ୍କୁ କଡା ଟକ୍କର ଦେଉଛି ବିଜେପି। ଏଭଳି ସରଗରମ ରାଜନୀତି ଭିତରେ ପ୍ରଚାର ମଧ୍ୟ ଜୋରଦାର ହେଉଥିବାର ଦେଖିବାକୁ ମିଳୁଛି। ପ୍ରଚାର ମଇଦାନରୁ ରଣ ହୁଙ୍କାର ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଭବାନୀପୁରରେ ତାଙ୍କୁ ହିଁ ଭୋଟ୍ ଦେବାକୁ ଅପିଲ କରି ଦିଦି କହିଛନ୍ତି ଯେ “ମୋ ବିଜୟ ସୁନିଶ୍ଚିତ ଭାବି ଘରେ ବସିଯିବନି, ଗୋଟିଏ ଭୋଟ୍ ମଧ୍ୟ ମୋ ଉପରେ ପ୍ରଭାବ ପକାଇବ ତେଣୁ ଯେତେ ବର୍ଷା ହେଲେ ବି ଭୋଟ୍ ଦେବାକୁ ଯିବ ନହେଲେ ମୋ ଯାଗାରେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ”।
ଭବାନୀପୁର ବାସ୍ତବରେ ମମତା ବାନାର୍ଜୀଙ୍କ ଗଡ଼ ରହିଥିବା ବେଳେ ଏବେ ବିଜେପିର ଲୋକପ୍ରିୟତା ଦେଖି ଦିଦିଙ୍କ ଭୟ ବଢିଥିବା ଦେଖିବାକୁ ମିଳିଛି । ତେଣୁ ନନ୍ଦିଗ୍ରାମ ପରାଜୟ ପରେ ନିଜ ଆସନ ବଞ୍ଚାଇବା ପାଇଁ ଏକ ମାତ୍ର ମାଧ୍ୟମ ହୋଇଛି ଭବାନୀପୁର ଆସନ ଯେଉଁଠାରେ ଏବେ ଟିଏମସି ସୁପ୍ରିମୋ ଜୋରଦାର ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି।




admin 