ରାତି ଅଧରେ ଲେଡିଜ୍ ହଷ୍ଟେଲରେ କିଏ ପଶିଲା ପଚାରିବାରୁ ନାଲି ଆଖି ଦେଖାଇଲେ ପ୍ରିନ୍ସପାଲ
ଅମର୍ଦା ରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ ବିଭିନ୍ନ ଅନିୟମିତତା ଅଭିଯୋଗ । ପ୍ରତିବାଦରେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ, ଏହା ସହିତ ଟାୟାର ଜାଳିବା ପ୍ରିନ୍ସପାଲଙ୍କୁ ପକାଇଲେ ତାଲା । ସୁଚନା ଅନୁଯାୟୀ ବସ୍ତା ବ୍ଲକ ଅମର୍ଦା ରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ହୋଇଥିବା ଅନିୟମିତତା ପାଇଁ ଗତ ଦୁଇମାସ ତଳେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ, ପ୍ରୀନ୍ସପାଲ ୧୫ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଦୁଇମାସ ବିତି ଯାଇଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ନଥିଲା, ଏନେଇ ଛାତ୍ରଛାତ୍ରୀମାନେ ପ୍ରିନ୍ସପାଲଙ୍କୁ ଜଣାଇଥିଲେ, ମାତ୍ର ସେ ଶୁଣି ନଥିଲେ, ଗତ ନଭେମ୍ବର ମାସ ୫ ତାରିଖ ରାତି ୯ ଟା ସମୟରେ ଜଣେ ବ୍ୟକ୍ତି କଲେଜ ପରିସରରେ ଥିବା ଛାତ୍ରୀ ନିବାସକୁ ଆସିଥିଲେ, ଯାହାର ଏକ ଭିଡିଓ ଭଇରଲ ହୋଇଛି, ଏନେଇ ଛାତ୍ରଛାତ୍ରୀମାନେ ପ୍ରିନ୍ସପାଲଙ୍କୁ ଜଣାଇଥିଲେ । ମାତ୍ର ପ୍ରିନ୍ସପାଲ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ କଲେଜ ମୁଖ୍ୟ ଫାଟକ ନିକଟରେ ଟାୟାର ଜାଳି ପ୍ରତିବାଦ କରିବା ସହିତ ଫାଟକରେ ତାଲା ପକାଇଥିଲେ, ତେବେ ଏହାର ସମାଧାନ କରିବା ବଦଳରେ କଲେଜର ଗଣିତ ଅଧ୍ୟାପକ ବରୁଣ କୁମାର ବାରିକ ଯୋଉଁ ପିଲାମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ଆସନ୍ତା ପରିକ୍ଷାରେ ଫେଲ କରିବାର ଧମକ ଦେଇଥିଲା, ଯାହାକୁ ନେଇ ଷ୍ଟାଫ୍ କମନ ରୁମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକ ଏବଂ ପ୍ରିନ୍ସପାଲଙ୍କୁ ଅଫିସରେ ତାଲା ପକାଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତାରୁ ପ୍ରିୟରଞ୍ଜନ ପାତ୍ରଙ୍କ ରିପୋର୍ଟ ।




