ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ

ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ

ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ
ମୟୂରଭଞ୍ଜ:ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୟୂରଭଞ୍ଜ ଜିଲ୍ଲାରେ ଉପକାରାଗାରରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ ହୋଇଛନ୍ତି । ସୂଚନାଅନୁସାରେ, ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିବାବେଳେ ସେମଧ୍ୟରୁ ୧୬ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ସଂକ୍ରମିତ ଅନ୍ତେବାସୀଙ୍କୁ ଜେଲ୍ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରକାଶଯୋଗ୍ୟ, ଆଜି ରାଜ୍ୟରେ ଆଉ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରେ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।