ରାଜଧାନୀ ଏକ୍ସପ୍ରେସରେ ଓଡିଶାର ଐତିହ୍ୟ ...

ରାଜଧାନୀ ଏକ୍ସପ୍ରେସରେ ଓଡିଶାର ଐତିହ୍ୟ ...

ରାଜଧାନୀ ଏକ୍ସପ୍ରେସରେ ଓଡିଶାର ଐତିହ୍ୟ ...
ଭୁବନେଶ୍ୱର - ଭୁବନେଶ୍ୱର- ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଶୋଭା ପାଇଲା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଭରା କୀର୍ତିରାଜି । ଟ୍ରେନରେ ଉତ୍କଳୀୟ ନୌବାଣିଜ୍ୟ, କୋଣାର୍କର କୀର୍ତିରାଜି, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଚଉଷଠି ଯୋଗୀନ ପୀଠ, ବାଲେଶ୍ୱରର ତଳସାରି ବେଳାଭୂମି, ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ, ଭିତରକନିକା, ରତ୍ନଗିରିର ବୌଦ୍ଧ କୀର୍ତିରାଜି, ଶିମିଳିପାଳ ଅଭୟାରଣ୍ୟ, ବିଭିନ୍ନ ଜଳପ୍ରପାତ, ନାଲକୋର କାଳାକୃତି ଅଙ୍କା ଯାଉଛି । ପ୍ରଥମ ଥର ପାଇଁ କୌଣସି ଟ୍ରେନକୁ ଏଭଳି କଳାକୃତିରେ ସଜ୍ଜିତ କରାଯାଇଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଷ୍ଟେସନରେ ଏହି ଟ୍ରେନର ଉଦଘାଟନ କରିଛନ୍ତି । ଆଜି ସକାଳେ ଭୁବନେଶ୍ୱର ଷ୍ଟେସନରେ ଉତ୍କଳର ସଂସ୍କୃତି ଓ କଳା ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର କଳା ସଂସ୍କୃତିକୁ ସର୍ବଭାରତୀୟସ୍ତରରେ ଦେଖାଇବାକୁ ରାଜଧାନୀ ଏକ୍ସପ୍ରେସର ୩ଯୋଡ଼ା ଟ୍ରେନ ସଂସ୍କୃତିକୁ ପ୍ରତିଫଳିତ କରାଯାଇଛି । ଏହା ସହିତ ଅସଂରକ୍ଷିତ ଟ୍ରେନ୍ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଉଦଘାଟନି ଉତ୍ସବରେ ଲୋକସଭା ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡ. ରଘୁନାଥ ମହାପାତ୍ର ଉପସ୍ଥିତ ରହିଥିଲେ ।