ରାଜନୀତିରୁ ଅବସର ନେଲେ ଶର୍ମିଷ୍ଠା ମୁଖାର୍ଜୀ

ରାଜନୀତିରୁ ଅବସର ନେଲେ ଶର୍ମିଷ୍ଠା ମୁଖାର୍ଜୀ

ରାଜନୀତିରୁ ଅବସର ନେଲେ ଶର୍ମିଷ୍ଠା ମୁଖାର୍ଜୀ


କୋଲକାତା: ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ଅବସର ନେଇଛନ୍ତି । ତାଙ୍କ ପରିବାରର ସେ ଥିଲେ ଶେଷ କଂଗ୍ରେସ ସଦସ୍ୟ । ତାଙ୍କ ଭାଇ ଅଭିଜିତ ମୁଖାର୍ଜୀ କିଛିଦିନ ପୂର୍ବେ କଂଗ୍ରେସ ଛାଡ଼ି ତୃଣମୂଳରେ ସାମିଲ ହୋଇଥିଲେ । ଶର୍ମିଷ୍ଠା ଟ୍ୱିଟ କରି କହିଛନ୍ତି, ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି, କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ହୋଇ ରହିବେ । ଯଦି କେହି ଦେଶ ସେବା କରିବାକୁ ଚାହିଁବ ତେବେ ରାଜନୀତି ବ୍ୟତୀତ ଅନ୍ୟ ମାଧ୍ୟମରେ ବି କରିପାରିବ । କଂଗ୍ରେସ ଦଳ ପ୍ରତି ସେ ବୀତସ୍ପୃହ ନୁହନ୍ତି କିମ୍ବା ଅନ୍ୟ କୌଣସି ଦଳରେ ସାମିଲ ସମ୍ଭାବନା ନାହିଁ ବୋଲି ଶର୍ମିଷ୍ଠା କହିଛନ୍ତି ।