ରାଜ୍ୟକୁ ଆସୁଛି ଅଢେଇ ଲକ୍ଷ କରୋନା ଟିକା

ରାଜ୍ୟକୁ ଆସୁଛି ଅଢେଇ ଲକ୍ଷ କରୋନା ଟିକା

ରାଜ୍ୟକୁ ଆସୁଛି ଅଢେଇ ଲକ୍ଷ କରୋନା ଟିକା
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୧୩୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ଓଡିଶା ଆସୁଛି ଅଢେଇ ଲକ୍ଷ କୋଗିସିଲ୍ଡ ଟିକା । ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟକୁ ୨ ଲକ୍ଷ ୫୦ ହଜାର ଟିକା କିଛି ସମୟ ଭିତରେ ଭୁବନେଶ୍ୱରରେ ପହଂଚିବ । ଟିକା ପହଂଚିବା ପରେ ଟିକା ଗୁଡିକୁ ତୁରନ୍ତ ଜିଲ୍ଲାମାନଙ୍କୁ ବଂଟାଯିବ । ଜିଲ୍ଲା ମାନଙ୍କରୁ ଟିକା ଗାଡି ଆସି ଭୁବନେଶ୍ୱରରେ ପହଂଚି ସାରିଛି । ଆସନ୍ତାକାଲି ଟିକା ଉତ୍ସବ ପାଳନ କରାଯିବ ବୋଲି ବିଜୟ ପାଣିଗ୍ରାହି କହିଛନ୍ତି । କାଲି ସବୁ କେନ୍ଦ୍ରରେ ଟିକାକରର ହେବ, ଅଧିକ ଲୋକଙ୍କୁ ଟିକା ଦିଆଯିବ । ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହି ସୂଚନା ଦେଇଛନ୍ତି ।