ରାଜ୍ୟରେ ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
admin
Nov 19, 2020 - 06:27
Updated: Nov 19, 2020 - 06:27
ଭୁବନେଶ୍ବର: ରାଜ୍ୟରେ ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୯୯ ଜଣ ଚିହ୍ନଟ ହୋଇଥିବାବେଳେ ୩୬୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ହଜାର ୭୮୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧ ହଜାର ୭୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8 ହଜାର ୩୬୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୭୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ 868 ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୨୬ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୪, ବାଲେଶ୍ଵରରୁ ୧୮, ବରଗଡରୁ ୨୧, ଭଦ୍ରକରୁ ୧୩, ବଲାଙ୍ଗିରରୁ ୩୪, ବୌଦ୍ଧରୁ ୧, କଟକରୁ ୬୪, ଦେବଗଡରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୩, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୪୪, ଯାଜପୁରରୁ ୩୧, ଝାରସୁଗୁଡାରୁ ୨୧, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୩୫, କେଉଁଝରରୁ ୩୯, କୋରାପୁଟରୁ ୧୨, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୪୬, ନବରଙ୍ଗପୁରରୁ ୧୪, ନୟାଗଡରୁ ୩, ନୂଆପଡାରୁ ୪୬, ପୁରୀରୁ ୨୮, ରାୟଗଡାରୁ ୭, ସମ୍ବଲପୁରରୁ ୧୮, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ପୁଲ୍ରୁ ୨୩ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।