ରାଜ୍ୟରେ କରୋନା ଟିକା ଦେବାକୁ ଦ୍ୱିତୀୟ ଡୋଜ ଟିକା ନାହିଁ : ବିଜୟ ପାଣିଗ୍ରାହୀ

ରାଜ୍ୟରେ କରୋନା ଟିକା ଦେବାକୁ ଦ୍ୱିତୀୟ ଡୋଜ ଟିକା ନାହିଁ : ବିଜୟ ପାଣିଗ୍ରାହୀ

ରାଜ୍ୟରେ କରୋନା ଟିକା ଦେବାକୁ ଦ୍ୱିତୀୟ ଡୋଜ ଟିକା ନାହିଁ  : ବିଜୟ ପାଣିଗ୍ରାହୀ
ଭୁବନେଶ୍ୱର: ରାଜ୍ୟରେ ସେକେଣ୍ଡ ଡୋଜ ଦେବାକୁ ଟିକା ନଥିବା ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ତେବେ ଆଜି ସେକେଣ୍ଡ ଡୋଜ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଅନ୍ୟପକ୍ଷରେ ସଟଡାଉନ ଥିବାରୁ ଶନିବାର ଓ ରବିବାର ରାଜ୍ୟରେ ଟିକାକରଣ ବନ୍ଦ ରହିବ । ଏହାଛଡ଼ା ୧୮ରୁ ୪୪ ବର୍ଷ ବର୍ଗର ଟିକାକରଣ ପାଇଁ ଆଜି କିଛି କୋଭାକ୍ସିନ ଆସିବ । ଟିକା ଆସିବା ପରେ କେବେ ୧୮-୪୪ ବର୍ଗଙ୍କୁ ଟିକା ଦିଆଯିବ ତାହା ସ୍ଥିର କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ମେ’ ୧ତାରିଖରୁ ୧୮ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକା ଦିଆଯିବା ନେଇ ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ଠିକ୍ ସମୟରେ ଟିକା ପହଞ୍ଚିପାରିନଥିବାକୁ ଟିକାକରଣରେ ବାଧା ସୃଷ୍ଟି ହୋଇଛି । ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି ।