ରାଜ୍ୟରେ କରୋନା ନେଲା ୪୩ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୪୩ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୪୩ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୧୨୩ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବାଲେଶ୍ୱରରେ ୧, ବରଗଡ଼ରେ ୂ୩, ବଲାଙ୍ଗୀରରେ ୩, ବୌଦ୍ଧରେ ୩, କଟକରେ ୪, ଢେଙ୍କାନାଳରେ ୧, ଗଞ୍ଜାମରେ ୨, ଝାରସୁଗୁଡ଼ାରେ ୪, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୫, କୋରାପୁଟରେ ୧, ମୟୂରଭଞ୍ଜରେ ୨, ନୂଆପଡ଼ାରେ ୧, ପୁରୀରେ ୨, ରାୟଗଡ଼ାରେ ୧ , ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ହୋଇଛି । ଅପରପକ୍ଷରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩୩୫, ବାଲେଶ୍ୱରରେ ୨୮୬, ବରଗଡରେ ୧୨୨, ଭଦ୍ରକରେ ୨୬୨, ବଲାଙ୍ଗୀରରେ ୬୬, ବୌଦ୍ଧରେ ୭୯, କଟକରେ ୫୩୧, ଦେବଗଡରେ ୨୪, ଢେଙ୍କାନାଳରେ ୨୯୧, ଗଜପତି ୩୪, ଗଞ୍ଜାମ ୭୩, ଜଗତସିଂହପୁରରେ ୧୯୬, ଯାଜପୁରରେ ୪୦୬, ଝାରସୁଗୁଡ଼ାରେ ୪୧, କଳାହାଣ୍ଡିରେ ୭୦, କନ୍ଧମାଳରେ ୭୬, କେନ୍ଦ୍ରାପଡାରେ ୧୨୮, କେନ୍ଦୁଝରରେ ୧୨୦, ଖୋର୍ଦ୍ଧାରେ ୭୯୬, କୋରାପୁଟରେ ୧୪୨, ମାଲକାନାଗିରିରେ ୮୫, ମୟୂରଭଞ୍ଜରେ ୩୩୩, ନବରଙ୍ଗପୁରରେ ୧୫୧, ନୟାଗଡରେ ୧୯୧, ନୂଆପଡ଼ାରେ ୨୩, ପୁରୀରେ ୩୨୪, ରାୟଗଡ଼ାରେ ୧୦୮, ସମ୍ବଲପୁରରେ ୧୩୧, ସୋନପୁରରେ ୬୫, ସୁନ୍ଦରଗଡ଼ରେ ୨୮୩ ଓ ରାଜ୍ୟ ପୁଲରେ ୧୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।