ରାଜ୍ୟରେ ୨୨୩ଟି ମଦ ଦୋକାନ ଖୋଲିବା ନେଇ ଅବକାରୀ ବିଭାଗର ପ୍ରସ୍ତାବ

ରାଜ୍ୟରେ ୨୨୩ଟି ମଦ ଦୋକାନ ଖୋଲିବା ନେଇ ଅବକାରୀ ବିଭାଗର ପ୍ରସ୍ତାବ

ରାଜ୍ୟରେ ୨୨୩ଟି ମଦ ଦୋକାନ ଖୋଲିବା ନେଇ ଅବକାରୀ ବିଭାଗର ପ୍ରସ୍ତାବ
ରାଜ୍ୟରେ ମଦ ବ୍ୟାନ କରିବା ପାଇଁ ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି । ଏନେଇ ବିଭିନ୍ନ ସ୍ଥାନରେ ଆନେ୍ଦାଳନ ହେବା ସହ ଜନସଚେତନତା ସୃଷ୍ଟି ମଧ୍ୟ କରାଯାଉଛି । ତେବେ ଅବକାରୀ ଏସପିମାନଙ୍କୁ ନୂଆ ମଦ ଦୋକାନ ଖୋଲିବାକୁ ଟାର୍ଗେଟ ଦିଆଯାଇଛି । ରାଜ୍ୟରେ ୨୨୩ ମଦ ଦୋକାନ ଖୋଲିବାକୁ ଏସପିମାନଙ୍କୁ ଟାର୍ଗେଟ ଦିଆଯାଇଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୧୧୬୦ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଅଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଆଉ ୧୬ଟି ମଦଦୋକାନ ଖୋଲିବାକୁ ଟାର୍ଗେଟ ଦିଆଯାଇଥିବାବେଳେ ମୟୂରଭଞ୍ଜରେ ୧୨ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଗଂଜାମରେ ୮ଟି, ଭଦ୍ରକ ୭, ବରଗଡ଼ ୫, ଜଗତସିଂହପୁର ୫, ସୁନ୍ଦରଗଡ଼ ୫, ଝାରସୁଗୁଡ଼ା ୪, ଅନୁଗୁଳ ୪, ସମ୍ବଲପୁର ୪, କୋରାପୁଟ ୩, ବଲାଙ୍ଗୀର ୩, ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ ଓ ଢେଙ୍କାନାଳରେ ୨ଟି ନୂଆ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ପ୍ରସ୍ତାବ ରଖିଛି । ଅପରପକ୍ଷରେ ରାୟଗଡ଼ା, ନବରଙ୍ଗପୁର, ବ୍ରହ୍ମପୁର, ପୁରୀ, ରାୟଗଡ଼ା ଓ ସୋନପୁରରେ ଗୋଟିଏ ଲେଖାଏଁ ମଦଦୋକାନ ଖୋଲିବାକୁ ପ୍ରସ୍ତାବ ରଖାଯାଇଛି ।