ରାମ ମନ୍ଦିର ପାଇଁ ଇଟା ମାଗିଲେ ଯୋଗୀ

ରାମ ମନ୍ଦିର ପାଇଁ ଇଟା ମାଗିଲେ ଯୋଗୀ

ରାମ ମନ୍ଦିର ପାଇଁ ଇଟା ମାଗିଲେ ଯୋଗୀ
ରାଞ୍ଚି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡରେ ପ୍ରତ୍ୟେକ ପରିବାରକୁ ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଟଙ୍କା ଏବଂ ଗୋଟିଏ ଇଟା ଦେବାପାଇଁ ଅନୁରୋଧ କରିଛନ୍ତି । ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇ ଯୋଗୀ କହିଛନ୍ତି ଯେ, ଅଯୋଧ୍ୟାରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ କରାଯିବ । ତେଣୁ ମୁଁ ପ୍ରତ୍ୟେକ ପରିବାରକୁ ମନ୍ଦିର ନିର୍ମାଣ ପାଇଁ ୧୧ ଟଙ୍କା ଏବଂ ଗୋଟିଏ ଇଟା ପ୍ରଦାନ କରିବାକୁ ନିବେଦନ କରିବି । ସମାଜର ଅବଦାନରେ ହିଁ ରାମରାଜ୍ୟ ପରିଚାଳିତ ହୁଏ ବୋଲି ଯୋଗୀ କହିଛନ୍ତି । ସୂଚନାଯୋଗ୍ୟଯେ, ବିବାଦୀୟ ଯାଗାରେ ରାମମନ୍ଦିର ନିର୍ମାଣ ହେବବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଥିବାବେଳେ ଟ୍ରଷ୍ଟ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟିତ୍ୱ ଦିଆଯାଇଛି । ଖୁବଶୀଘ୍ର କେନ୍ଦ୍ର ସରକାର ଏନେଇ ନିଦେ୍ର୍ଧଶାନାମା ଜାରି କରିବେ ବୋଲି ଜାଣିବାକୁ ମିଳିଛି ।