ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି ଟଙ୍କା

ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି ଟଙ୍କା

ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି ଟଙ୍କା
ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି ବୋଲି ରେଲୱେ କହିଛି । ରେଳ ବଜେଟରେ ଓଡିଶାକୁ ଅନୁଦାନ ନେଇ ରେଲୱେ ସୂଚନା ଦେଇଛି । ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଛି । ଗତବର୍ଷ ଓଡିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା । ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ ପାଇଁ ସର୍ବାଧିକ ଅନୁଦାନ ମିଳିଛି । ଖୋର୍ଦ୍ଧା-ବଲାଙ୍ଗିର ଲାଇନ ପାଇଁ ସର୍ବାଧିକ ୧ ହଜାର କୋଟି ୫୦ ଲକ୍ଷ ଟଙ୍କା ମିଳିଛି । ଅନୁଗୁଳ-ସୁକିନ୍ଦା ପାଇଁ ୪ଶହ କୋଟି, ନାରାୟଣଗଡ-ଭଦ୍ରକ ପାଇଁ ୨୨୫ କୋଟି ଟଙ୍କା ଅନୁଦାନ ମିଳିଛି । ହରିଦାସପୁର-ପାରାଦୀପ ଲାଇନ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିଛି । ଜୟପୁର-ମାଲକାନଗିରିକୁ ୨୮ କୋଟି, ଜୟପୁର-ନବରଙ୍ଗପୁରକୁ ୧୫ କୋଟି ଟଙ୍କା ମିଳିଛି । ରେଳ ବଜେଟରେ ଓଡିଶାରେ ଚାଲିଥିବା କାମ ସାରିବାକୁ ଗୁରୁତ୍ୱ ଦିଆଯିବ । ଆଧୁନିକରଣ ଓ ସୁରକ୍ଷାକୁ ମଧ୍ୟ ରେଳ ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ନୂଆ ଲାଇନ ପାଇଁ ୧୫୫୩ କୋଟି , ଡବଲିଂ ପାଇଁ ୧୭୦୨ କୋଟି ଟଙ୍କା ଅନୁଦାନ ମିଳିଛି । ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ୍ ନବୀକରଣ ପାଇଁ ୪୦୨ କୋଟି ଟଙ୍କା ମିଳିଛି । ସେତୁ ପାଇଁ ୩୮.୫ କୋଟି, ବିଦୁ୍ୟତକରଣ ପାଇଁ ୧୭୩ କୋଟି ଟଙ୍କା ମିଳିଛି । ଯାତ୍ରୀ ସୁବିଧା ପାଇଁ ୩୦୦ କୋଟି, ସିଗ୍ନାଲ ପାଇଁ ୬୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।