ଲମ୍ପି ପଞ୍ଝାରେ ଗୋରୁ ଗାଈ, ପ୍ରାଣୀ ସମ୍ପଦ ବିଭାଗର ସତର୍କ ସୂଚନା ଜାରି

ଲମ୍ପି ପଞ୍ଝାରେ ଗୋରୁ ଗାଈ, ପ୍ରାଣୀ ସମ୍ପଦ ବିଭାଗର ସତର୍କ ସୂଚନା ଜାରି

ଲମ୍ପି ପଞ୍ଝାରେ ଗୋରୁ ଗାଈ,  ପ୍ରାଣୀ ସମ୍ପଦ ବିଭାଗର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଲମ୍ପି ଭାଇରସ୍ କବଳରେ  ଗୋରୁ ଗାଈ  । ଏହି ଗୃହପାଳିତ ପ୍ରାଣୀଙ୍କ  ଉପରକୁ ମାଡି ଆସିଛି ଲମ୍ପି ଭାଇରସ୍  । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି ଭାଇରସ୍ । ଲମ୍ପି ପଞ୍ଝାରେ କବଳିତ ହୋଇ ସାରିଲାଣି ଦେଶର ୮ଟି  ରାଜ୍ୟ   ।

ବିଶେଷ କରି ମଇଁଷିଙ୍କ ଦେହରେ ଦେଖାଦେଉଛି ଏହି ଲମ୍ପି ଚର୍ମ ରୋଗ । ଗୋଟିଏ ପରେ ଗୋଟିଏ ରାଜ୍ୟର ଗୋରୁ ଗାଈ ଏହି ରୋଗ ଦ୍ୱାରା କବଳିତ  ହେବା ପରେ ତପôର ହୋଇ ଉଠିଛନ୍ତି ରାଜ୍ୟ ସରକାର ।  ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ବାଲେଶ୍ୱର, ଝାରସୁଗୁଡା, ଗଞ୍ଜାମ ସମେତ ୧୪ ଜିଲ୍ଲାକୁ  ପ୍ରାଣୀ ସମ୍ପଦ ବିଭାଗ ସତର୍କ ସୂଚନା ଜାରି କରିଛି ।  ବିଶେଷ ଭାବେ ସୀମାନ୍ତ ଜିଲ୍ଲାର ବ୍ଲକ ଗୁଡିକ ଉପରେ ଖାସ ନଜର ରଖାଯାଇଛି । ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ମଧ୍ୟ  କଡା କଟକଣା ଲଗାଇଛି ରାଜ୍ୟ ସରକାରଙ୍କ ମସô୍ୟ ଓ ପଶୁ ସମ୍ପଦ ବିଭାଗ   ।

ଲମ୍ପି ଭାଇରସ୍କୁ ନିୟନ୍ତ୍ରଣକୁ ଆଣିବାକୁ ଏବେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ସ୍କାନରରେ ରଖିଛନ୍ତି ରାଜ୍ୟ ସରକାର  । ମୁଖ୍ୟତଃ ସୀମାନ୍ତ ଜିଲ୍ଲା, ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି  । ଗୋ-ମଇଁଷି ପରିବହନ ଉପରେ କଟକଣା ଲଗାଯିବା ସହ ଔଷଧ ମହଜୁଦ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି   ।