ଲମ୍ପି ଭାଇରସର ଲକ୍ଷଣ
ଲମ୍ପି ଭାଇରସର ଲକ୍ଷଣ
ଭୁବନେଶ୍ୱର : ଲମ୍ପି ଭାଇରସ୍ କବଳରେ ଗୋରୁ ଗାଈ । ଏହି ଗୃହପାଳିତ ପ୍ରାଣୀଙ୍କ ଉପରକୁ ମାଡି ଆସିଛି ଲମ୍ପି ଭାଇରସ୍ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି ଭାଇରସ୍ । ମଶା ଓ ଟିଙ୍କ ଦ୍ୱାରା ଏହି ରୋଗ ଗୋଟିଏ ପଶୁଠାରୁ ଅନ୍ୟକୁ ବ୍ୟାପିଥାଏ । ରୋଗରେ ଆକ୍ରାନ୍ତ ଗାଈଗୋରୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପିଥାଏ । ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଇ ଦୁହିଁଲେ ଏହି ରୋଗ ବ୍ୟାପୁଥିବା ପ୍ରାଣୀ ଚିକିଶ୍ଚକଙ୍କ ମତ । ତେଣୁ ଗାଇ ଖିର ଖାଉଥିଲେ କ୍ଷୀରକୁ ଭଲ ଭାବରେ ଗରମ କରି ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଲକ୍ଷଣ :
ଏହି ରୋଗ ହେଲେ ପ୍ରଥମେ ଗୋରୁଗାଈଙ୍କୁ ଜ୍ୱର ହେବ । ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ । ନିମୋନିଆ ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦିଏ । ଫଳରେ ଗୋରୁଗାଇ ଖାଇବା ବନ୍ଦ କରି ଦେଇଥାନ୍ତି । ଏପରକି ଆସନ୍ନ ପ୍ରସବା ଗାଈର ଛୁଆ ବାହାରିଯାଏ । କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ । ଯଦି ଗାଈ ଥରେ ଏହି ରୋଗରେ ଆକ୍ରାନ୍ତ ହୁଏ, ତେବେ ବହୁ ଦିନ ଯାଏ ଛୁଆ ଜନ୍ମ କରିପାରିବେ ନାହିଁ । ପ୍ରତିକାର ପାଇଁ ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ । ଏଥିସହ ଗାଈ ଗୁହାଳରେ ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।




admin 