ଲୁଟ ମାଷ୍ଟରମାଇଣ୍ଡ ଗାର୍ଲଫ୍ରେଣ୍ଡ

ଲୁଟ ମାଷ୍ଟରମାଇଣ୍ଡ ଗାର୍ଲଫ୍ରେଣ୍ଡ

ଲୁଟ ମାଷ୍ଟରମାଇଣ୍ଡ ଗାର୍ଲଫ୍ରେଣ୍ଡ
କଟକ: ଗୁରୁଡ଼ିଝାଟିଆ ଲୁଟ ଓ ହତ୍ୟା ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଏନକାଉଣ୍ଟରରେ ଆହତ ଅଜୟ ସାହୁର ଗାର୍ଲଫ୍ରେଣ୍ଡକୁ ପୁଲିସ ଗିରଫ କରିଛି । ଏହାଛଡ଼ା ଅଜୟର ଗାର୍ଲଫ୍ରେଣ୍ଡଙ୍କ ମାଆ ଓ ଭଉଣୀକୁ ମଧ୍ୟ ପୁଲିସ ଗିରଫ କରିଛି । କମିଶନରେଟ ପୁଲିସ ମୋଟ ୩ ଜଣଙ୍କୁ ଗିରଫ କରିଛି । ଲୁଟରେ ଅଜୟକୁ ସହଯୋଗ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି । ଲୁଟ ଜିନିଷର ବିକ୍ରିବଟା ଦାୟିତ୍ୱ ଅଜୟର ଗାର୍ଲଫ୍ରେଣ୍ଡ ଓ ଭଉଣୀ ନେଇଥିଲେ । ସେମାନଙ୍କ ଗିରଫଦାରୀ ଦେଇ କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ମାସ ୨୪ ତାରିଖରେ ଗୁରୁଡ଼ିଝାଟିଆରେ ଲୁଟ ଓ ହତ୍ୟା ହୋଇଥିଲା ।