ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ

ଶବ ବ୍ୟବଚ୍ଛେଦ ରିପୋର୍ଟରୁ  ଜଣାପଡ଼ିଲା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ  ଶବ ବ୍ୟବଚ୍ଛେଦ ରିପୋର୍ଟ  ଆସିଛି । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ର ସାହୁଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନ ବାଲକୋନିରୁ ମିଳିଥିଲା । ତେବେ ମୃତ୍ୟୁର ପଛର କାରଣ ଏନେଇ ସ୍ପଷ୍ଟ ହୋଇନି ।
ମୃତ୍ୟୁର କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଏକ ଭିଡିଓ ଭାଇରାଲ ହେଉଥିବା ବେଳେ   ସେଥିରେ ସେ ଉଦାସ, ବିଚଳିତ ଥିବା ଜଣାପଡ଼ୁଥିଲା। ମାତ୍ର ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜ ବ୍ୟକ୍ତିଗତ ଜୀବନରେ ଉଠୁଥିବା ଝଡ଼ଝଞ୍ଜା ସମ୍ପର୍କରେ ସେ ସାମାନ୍ୟ ଆଭାସ ଦେଇଥିଲେ। ଏହାପରେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଫେସବୁକ୍‌ରେ କରିଥିବା ପୋଷ୍ଟରୁ ମୋ’ ୨ଟି ମୋବାଇଲରୁ ବହୁ କିଛି ତଥ୍ୟ ପାଇପାରିବେ ବୋଲି ବି ଉଲ୍ଲେଖ କରିଥିଲେ। ଏହାପରେ ପୁଲିସ୍‌  ସନ୍ଧାନୀ କୁକୁର ସହାୟତାରେ ବହୁ ଖୋଜାଖୋଜି କରି ଘରଠୁ ଶହେ ମିଟର ଦୂର ଏକ ବିଲରୁ ତାଙ୍କର ୨ଟି ମୋବାଇଲ ଉଦ୍ଧାର କରିଥିବା ବେଳେ ତାହା ସୁଇଚ ଅଫ୍‌ ଥିବା ଜଣାପଡ଼ିଥିଲା। ଉକ୍ତ ୨ଟି ଫୋନ୍‌ର ଫରେନସିକ ଟେଷ୍ଟ ନିମନ୍ତେ ଲ୍ୟାବକୁ ପଠାଯାଇଥିବା ଜଣାଯାଇଛି।