ଶୀର୍ଷରେ ସ୍ଥାନ ପାଇଛନ୍ତି କିଙ୍ଗ ଖାନ୍ ଶାହରୁଖ ଖାନ
ନୂଆଦିଲ୍ଲୀ: ଟାଇମ ମ।ଗାଜିନର ରିଡର୍ସ ପୋଲରେ ବଲିଉଡ଼ କିଙ୍ଗ ଖାନ୍ ଶାହରୁଖ ଖାନ ଶୀର୍ଷରେ ସ୍ଥାନ ପାଇଛନ୍ତି । ତାଙ୍କୁ ସର୍ବଧିକ ପ୍ରଭାବଶାଳୀ ବ୍ୟକ୍ତିର ମାନ୍ୟତା ଦେଇଛନ୍ତି ଆମେରିକାର ଏହି ପତ୍ରିକା । ନିଜର ଚଳଚ୍ଚିତ୍ର ପଠାନରେ ଦମଦାର ଆକ୍ସନ ଦେଖାଇ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିଥିଲେ ଶାହରୁଖ । ୨୦୨୩ ଟାଇମ ୧୦୦ ପୋଲର ପ୍ରଥମ ସ୍ଥାନରେ ରହିଛନ୍ତି ଶାହରୁଖ ।
ଟାଇମ ମାଗାଜିନର ରିଡ଼ର୍ସ ପୋଲରେ ଇରାନୀ ମହିଳାମାନେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ହିଜାଦି ବିରୋଧରେ ସେମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଶକ୍ତି ଓ ପ୍ରଭାବ ବିଶ୍ୱବାସୀଙ୍କୁ ଦେଖାଇଥିଲେ । କୋଭିଡ଼ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିକାର ତୃତୀୟ ସ୍ଥାନ ମିଳିଛି । ବ୍ରିଟେନର ପ୍ରିନ୍ସ ହ୍ୟାରୀ ଓ ପତ୍ନୀ ମେଘନା ମାର୍କଲ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ରିଡ଼ର୍ସ ପୋଲରେ ପଞ୍ଚମ ସ୍ଥାନରେ ଅଛନ୍ତି ।




admin 