ଶହାରୁଖ ଖାନ୍ଙ୍କ ପୁଅ ଆର୍ୟ୍ୟନ ଖାନ୍ଙ୍କୁ ଏନ୍ସିବିର ଜେରା
ଶହାରୁଖ ଖାନ୍ଙ୍କ ପୁଅ ଆର୍ୟ୍ୟନ ଖାନ୍ଙ୍କୁ ଏନ୍ସିବିର ଜେରା
ମୁମ୍ବାଇ: ସମୁଦ୍ର ମଧ୍ୟରେ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁର (ଏନ୍ସିବି) ଶାହରୁଖ ଖାନ୍ଙ୍କ ପୁଅ ଆର୍ୟ୍ୟନ୍ ଖାନ୍କୁ ଜେରା କରୁଛି। ଏହି ମାମଲାରେ ପୁଲିସ ତାଙ୍କ ଫୋନ୍କୁ ଜବତ କରି ଏନ୍ସିବି ଅଧିକ ତଦନ୍ତ ଚଳାଇଛି। ଏନ୍ସିବି ତାଙ୍କ ଫୋନ୍ ଜବତ କରି ହ୍ବାଟ୍ସଆପ୍ ଚାଟ, ଫୋନ୍ କଲ୍ ଏବଂ ମେସେଜ୍ ବାବଦରେ ଅଧିକ ତଦନ୍ତ କରୁଛି। ଏହି ମାମଲାରେ ଏନ୍ସିବି ୧୦ ଜଣଙ୍କୁ ଅଟକ ରଖିଛି। ସମସ୍ତଙ୍କୁ ଏନ୍ସିବି ଜେରା କରୁଛି। ଶନିବାର ରାତିରେ ଏହି ପାର୍ଟି ଚାଲିଥିଲା। ତେବେ କେହି ଗିରଫ ହୋଇଛନ୍ତି କି ନାହିଁ ସେ ବାବଦରେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଏହି ଖବର ଅନୁଯାୟୀ ଆର୍ୟ୍ୟନଙ୍କ ସହିତ ଅନ୍ୟ ନାମୀଦାମୀ ଲୋକଙ୍କ ସନ୍ତାନ ଥିବା ସୂଚନା ମିଳିଛି। ସେମାନଙ୍କଠାରୁ କୋକେନ୍, ଚରସ, ମେଫୋଡ୍ରୋନ୍ ପରି ଡ୍ରଗ୍ସ ମିଳିଥିବା ଏନ୍ସିବି କହିଛି।




admin 