ଶିମିଳିପାଳ ନିଆଁ ଲିଭାଉଛନ୍ତି ହାଜରରୁ ଉଦ୍ଧ୍ୱର୍ କର୍ମଚାରୀ

ଶିମିଳିପାଳ ନିଆଁ ଲିଭାଉଛନ୍ତି ହାଜରରୁ ଉଦ୍ଧ୍ୱର୍ କର୍ମଚାରୀ

ଶିମିଳିପାଳ ନିଆଁ ଲିଭାଉଛନ୍ତି ହାଜରରୁ ଉଦ୍ଧ୍ୱର୍ କର୍ମଚାରୀ
ଭୁବନେଶ୍ୱର:ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ୧ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି । ୮ ଶହ ବନ କର୍ମଚାରୀ ଓ ୨୫୦ ଜଲଙ୍ଗ ଜଗୁଆଳି ନିୟୋଜିତ ରହିଛନ୍ତି । ୪୦ଟି ଅଗ୍ନିଶମ ଗାଡି , ୨୪୦ ବ୍ଲୋୟର ମେସିନ ମଧ୍ୟ ନିୟୋଜିତ କରାଯାଇଛି । ଶିମିଳିପାଳ ଉପ ନିଦେ୍ର୍ଧଶକ ଯଜ୍ଞଦତ ପତି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲ ସମେତ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଆଦି ରେଞ୍ଜରେ ମାଡିଚାଲିଛି ନିଆଁ । ଯାହାଫଳରେ ଜଙ୍ଗଲ ଆଖପାଖ ଅଂଚଳରେ ଥିବା ଗାଁ ଗୁଡିକ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ନିଆଁ ଲାଗିବା କାରଣରୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ଆସି ଏହି ଜଙ୍ଗଲରେ ବସବାସ କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି ।