ଶୀତ ଦିନେ ତ୍ବଚାର କେମିତି ନେବେ ଯତ୍ନ, ଜାଣନ୍ତୁ

ଶୀତ ଦିନେ ତ୍ବଚାର କେମିତି ନେବେ ଯତ୍ନ, ଜାଣନ୍ତୁ

ଶୀତ ଦିନେ ତ୍ବଚାର କେମିତି ନେବେ ଯତ୍ନ, ଜାଣନ୍ତୁ

ଶୀତ ଦିନ ଆସିଲେ ତ୍ୱଚା ଶୁଖିଲା ଶୁଖିଲା ଲାଗେ। କୌଣସି କାମରେ ମନ ଲାଗେନି । ଥଣ୍ଡା ବା ଶୀତୁଆ ପାଗରେ ତ୍ୱଚା ଶୁଖିଲା ଶୁଖିଲା  ହୋଇଯାଏ ଏବଂ ଜୀବନଟା ନିରସ ବୋଧ ହୁଏ । ଗରମ ପାଣି ସ୍ନାନ କରିବା , ହିଟର ଓ ବ୍ଲୋଏରର ଅଧିକ ବ୍ୟବହାର ଠାରୁ ମଧ୍ୟ ସ୍କିନ୍ ଧିରେ ଧିରେ ଖରାପ ହୋଇଥାଏ। ଥଣ୍ଡା ପାଗରେ ତ୍ୱଚାର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ । କିଛି ସ୍ୱତନ୍ତ୍ର ଚିପ୍ସ ଆପଣେଇ ଏହି ଋତୁରେ ମଧ୍ୟ କୋମଳ ଓ ଚମକ ତ୍ୱଚା ପାଇପାରିବେ ।  

ସ୍କିନ୍କୁ ମଇସ୍ଚରାଇଜ୍  ରଖନ୍ତୁ –

ଥଣ୍ଡା ସମୟରେ ଚମକ ତ୍ୱତା ପାଇବା ପାଇଁ ଏହାକୁ  ମଇସ୍ଚରାଇଜ୍ ରଖିବା ବହୁତ ଆବଶ୍ୟକ ଅଟେ ।  ଏଥିରେ ସ୍କିନ୍ର ପ୍ରାକୃତିକ ମଇସଚର ଗୁଣ ରହିଥାଏ । ଏଥିପାଇଁ ଆପଣ ନଡ଼ିଆ ତେଲ , କ୍ୟାଷ୍ଟର ଅଏଲ୍ , ଅଲିଭ୍ ଅଏଲ୍ , ବଟରମିଲ୍କ ଓ କାକୁଡ଼ିକୁ ନ୍ୟାଚୁରାଲ ମଇସଚରାଇଜର ଭାବେ ବ୍ୟବହାର କରିପାରିବେ ।

ପ୍ରଚୁର ପାଣି ପିଅନ୍ତୁ- ସାଧାରଣ ଭାବେ ଲୋକେ ଥଣ୍ଡା ସମୟରେ କମ୍ ପାଣି ପିଇଥାନ୍ତି । ଶରୀରରେ ପାଣିର ମାତ୍ରା କମ୍  କାରଣରୁ ମଧ୍ୟ ତ୍ୱଚା ଶୁଖିଲା ହୋଇଯାଏ ।  ଏଥିପାଇଁ ଥଣ୍ଡା ପାଗରେ  ମଧ୍ୟ ଶରୀରରେ  ପାଣିର କମ୍ ହେବାକୁ ଦିଅନ୍ତୁ ନାହିଁ । ପାଣିର ମାତ୍ରା  ବୃଦ୍ଧି କରିବା ପାଇଁ ଆପଣ ଅଳ୍ପ ଉଷୁମ ପାଣି ମଧ୍ୟ ପିଇପାରିବେ ।

ମୁହଁକୁ ଉଷୁମ ପାଣିରେ  ଧୁଅନ୍ତୁ – ଥଣ୍ଡା ପାଗରେ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ମାଂସପେଶୀକୁ  ଆରାମ ମିଳିଥାଏ , କିନ୍ତୁ ଏହି ସ୍କିନ୍ ପାଇଁ ଭଲ ନୁହେଁ । ମୁହଁକୁ ଗରମ ବା ଥଣ୍ଡା ପାଣି ବଦଳରେ ନଖ ଉଷୁମ ପାଣିରେ ଧୁଅନ୍ତୁ ।

 ଶୋଇବା ପୂର୍ବରୁ ମାଲିସ୍ – ଯଦି ଆପଣ  ସୁସ୍ଥ ତ୍ୱଚା  ଚାହାନ୍ତି, ତ ଶୋଇବା ପୂର୍ବରୁ  କୌଣସି ଭଲ ମଇସଚରାଇଜ୍ରେ ତ୍ୱଚାକୁ ମାଲିସ୍ କରନ୍ତୁ । ଏଥିରେ ଆପଣଙ୍କର ତ୍ୱଚା କୋମଳ ହେବ ଓ ଚମକ ବଢ଼ିବ।