ଶ୍ରମିକ ସଂଗଠନଗୁଡ଼ିକର ବନ୍ଦ ପ୍ରଭାବ, ଘୁଞ୍ଚିଲା ପରୀକ୍ଷା
ଶ୍ରମିକ ସଂଗଠନଗୁଡ଼ିକର ବନ୍ଦ ପ୍ରଭାବ, ଘୁଞ୍ଚିଲା ପରୀକ୍ଷା
ଭୁବନେଶ୍ୱର: ୧୨ ଦଫା ଦାବି ନେଇ ସୋମବାର ଓ ମଙ୍ଗଳବାର କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସବୁଆଡେ ଦେଖିବାକୁ ମିଳିଛି । ଆନେ୍ଦାଳନକାରୀମାନେ ବିଭିନ୍ନ ରାଜପଥ ସମେତ ରେଳ ଲାଇନ୍କୁ ବି ଅବରୋଧ କରିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି । ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।
ଉକôଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ସେହିପରି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଭାରତ ବନ୍ଦ ଡାକରା ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ପାଇଁ ନୋଟିସ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ ।
ସେହିପରି ଆଜି ଏବଂ ଆସନ୍ତାକାଲି ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ସମସ୍ତ ପରୀକ୍ଷାକୁ ଘୁଞ୍ଚା ଯାଇଥିବା ସୂଚନା ମିଳିଛି ।




admin 