ଶ୍ରୀଗଣେଙ୍କ ପ୍ରତି ଅଙ୍ଗ ଦେଇଥାଏ ଅନେକ ବାର୍ତ୍ତା, ଜାଣନ୍ତୁ କେଉଁ ଅଙ୍ଗ ସୁଖର ପ୍ରତୀକ
ଶ୍ରୀଗଣେଙ୍କ ପ୍ରତି ଅଙ୍ଗ ଦେଇଥାଏ ଅନେକ ବାର୍ତ୍ତା, ଜାଣନ୍ତୁ କେଉଁ ଅଙ୍ଗ ସୁଖର ପ୍ରତୀକ
ନନ୍ଦନ ଗଣେଶ ହେଉଛନ୍ତି ମଙ୍ଗଳର ପ୍ରତୀକ । ସେଥିପାଇଁ ତାଙ୍କୁ ମଙ୍ଗଳମୂର୍ତ୍ତି କୁହାଯାଏ । ସେ ପ୍ରତ୍ୟେକ ଶୁଭ କାମରେ ଅଗ୍ରପୂଜ୍ୟ ହୋଇଥାନ୍ତି । ତ୍ରିଦେବ ମଧ୍ୟ ତାଙ୍କୁ ପୂଜା କରିଥାନ୍ତି । ଭଗବାନ ଗଣେଶଙ୍କ ପ୍ରତିଟି ଅଙ୍ଗରେ କିଛି ନା କିଛି ବିଶେଷତ୍ୱ ରହିଛି । ପ୍ରଥମେ ଗଣେଶଙ୍କ ମୁଣ୍ଡରେ ଲାଗିଥିବା ଶୁଣ୍ଢ କିଛି ବିଶେଷ ବାର୍ତ୍ତା ଦେଇଥାଏ। ଶୁଣ୍ଢ ସର୍ବଦା ଝୁଲୁଥାଏ, ଯାହା ସର୍ବଦା ସଜାଗ ରହିବାକୁ ସତର୍କ କରାଇଥାଏ। ଯେଉଁମାନେ ସର୍ବଦା ସଜାଗ ରହିଥାନ୍ତି ସେମାନେ କେବେ ଦୁଃଖୀ ହୁଅନ୍ତି ନାହିଁ । ତାଙ୍କ ବଡ ମସ୍ତକ ସଙ୍କେତ ଦେଇଥାଏ କି ଯେଉଁ ବ୍ୟକ୍ତିର ମୁଣ୍ଡ ବଡ, ସେହି ବ୍ୟକ୍ତି ଖୁବ ବୁଦ୍ଧିମାନ ହୋଇଥାନ୍ତି । ଏହି ପ୍ରକାରର ଲୋକମାନେ ସମସ୍ତ କାର୍ୟ୍ୟର ନେତୃତ୍ୱ ନେବା ସହିତ ସର୍ବଦା ବଡ ଆଶା ରଖିଥାାନ୍ତି । ବିଘ୍ନ ବିନାଶକଙ୍କ ଛୋଟ ଛୋଟ ଦୁଇ ଆଖି ରହିଥାଏ । ଅଙ୍ଗ ବିଶେଷଜ୍ଞଙ୍କ ମତରେ ଛୋଟ ଆଖି ଥିବା ବ୍ୟକ୍ତି ବହୁତ ଗମ୍ଭୀର ଓ ଚିନ୍ତାଶୀଳ ସ୍ୱଭାବର ହୋଇଥାନ୍ତି ଓ ଏହି ଲୋକମାନେ ସର୍ବଦା ଭାବିଚିନ୍ତି ନିଷ୍ପତ୍ତି ନେଇଥାନ୍ତି । ସେଥିପାଇଁ ସେମାନେ କେବେ ଧୋକା ଖାଆନ୍ତି ନାହଁ । ଗଣପତିଙ୍କ ଲମ୍ବା କାନ ପାଇଁ ତାଙ୍କୁ ଗଜ କର୍ଣ୍ଣ ଓ ସୁପକର୍ଣ୍ଣ ବୋଲି କୁହାଯାଏ । ଏହି କର୍ଣ୍ଣ ସୂଚାଏ ଯେ ବଡ କାନ ଥିବା ବ୍ୟକ୍ତି ଭାଗ୍ୟଶାଳୀ ଓ ଦୀର୍ଘାୟୁ ହୋଇଥାନ୍ତି । ଏହା ସହିତ ଭଗବାନ ଗଣେଶଙ୍କ ଲମ୍ବା ପେଟ ଯୋଗୁଁ ତାଙ୍କୁ ଲମ୍ବୋଦର କୁହାଯାଏ । ଅଙ୍ଗ ବିଶେଷଜ୍ଞଙ୍କ ମତରେ ବଡ ପେଟ ହେୁଛି ସୁଖର ପ୍ରତୀକ ହୋଇଥାଏ ।




admin 