ସଂସଦରେ ଆସିପାରେ ରାମମନ୍ଦିର ବିଲ୍

ସଂସଦରେ ଆସିପାରେ ରାମମନ୍ଦିର ବିଲ୍

ସଂସଦରେ ଆସିପାରେ ରାମମନ୍ଦିର ବିଲ୍
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୩ ତାରିଖ ଯାଏ ଚାଲିବ । ଏହି ଅଧିବେଶନରେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ବିକଳ୍ପ ଜମିରେ ମସ୍ଜିଦ ନିର୍ମାଣ ସଂକ୍ରାନ୍ତରେ ଏକ ବିଲ ଆଣିବାର ସମ୍ଭାବନା ରହିଛି । ଏହି ବିଲ୍ରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ଲାଗି ଜମି ଅଧିଗ୍ରହଣ, ବିନା ସୁଧର ଋଣ ଯୋଗାଣ ଓ ଟ୍ରଷ୍ଟ ଗଠନ ଆଦି ସମସ୍ତ ବିଷୟ ସ୍ଥାନ ପାଇବ । ସୁପି୍ରମକୋର୍ଟ ମନ୍ଦିର ନିର୍ମାଣ ଲାଗି ୩ ମାସ ଭିତରେ ଏକ ଟ୍ରଷ୍ଟ ଆଇନ ୧୮୮୨ ଅଧୀନରେ ‘ଶ୍ରୀରାମ ମନ୍ଦିର ଟ୍ରଷ୍ଟ’ ନିର୍ମାଣ କରିବା ବିଷୟ ଏହି ବିଲରେ ବ୍ୟବସ୍ଥା ରହିବ । ଏହି ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବିତ ମନ୍ଦିରର ମୁଖ୍ୟ ସେବାୟତ ଏବଂ କେତେକ ସଂଗଠନର ପ୍ରତିନିଧିଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ବିଶେଷ କରି ଗୁଜରାଟର ସୋମନାଥ । ମନ୍ଦିର ଟ୍ରଷ୍ଟ ଭଳି ଏହି ଟ୍ରଷ୍ଟ ଗଠନ କରାଯାଇପାରେ ବୋଲି କୁହାଯାଇଛି । ସୋମନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ସଂଖ୍ୟା ୬ ଥିଲା ବେଳେ ଶ୍ରୀରାମ ମନ୍ଦିର ଟ୍ରଷ୍ଟରେ ଅଧିକ ସଦସ୍ୟ ରହିପାରନ୍ତି ବୋଲି ଅନୁମାନ କରାଯାଉଛି ।