ସକାଳୁ ଗୁଡ ପାଣି ପିଇଲେ ମିଳିବ ପ୍ରବଳ ଫାଇଦା

ସକାଳୁ ଗୁଡ ପାଣି ପିଇଲେ ମିଳିବ ପ୍ରବଳ ଫାଇଦା

ସକାଳୁ ଗୁଡ ପାଣି ପିଇଲେ ମିଳିବ ପ୍ରବଳ ଫାଇଦା


ଭୁବନେଶ୍ୱର: ଋତୁ ପରିବର୍ତ୍ତନ ହେବା ସହିତ ଶରୀର ସନ୍ତୁଳନରେ ପରିବର୍ତ୍ତନ ଦେଖାଦେଇଥାଏ । ଏହି ସମୟରେ ଟିକିଏ ଖାଦ୍ୟପେୟରେ ସାବଧାନତା ନ ବର୍ତ୍ତିଲେ ସିଧାସଳଖ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ଆମକୁ ନିଜ ଶରୀର ପ୍ରତି ଧ୍ୟାନ ଦେବା ସହିତ ଖାଦ୍ୟପେୟ ପ୍ରତି ସଚେତନା ଅବଲମ୍ବନ କରିବାକୁ ପଡ଼ିବ । ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

- ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ।

- ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ।

- ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

- ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

- ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଏହା ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ।

- ମହିଳାଙ୍କଠାରେ ଦେଖାଦେଉଥିବା ଋତୁସ୍ରାବ ଓ ବିଭିନ୍ନ ସମସ୍ୟା ଗୁଡ଼ପାଣି ଦୂର କରେ।

- ଏଥିରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।