ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ନିଭାର : ତାମିଲନାଡୁ ସରକାରଙ୍କ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ନିଭାର : ତାମିଲନାଡୁ ସରକାରଙ୍କ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
admin
Nov 25, 2020 - 09:31
Updated: Nov 25, 2020 - 09:31
ଚେନ୍ନାଇ : ସାମୁଦ୍ରିକ ବାତ୍ୟ ନିଭାର ଆଜି ସନ୍ଧ୍ୟା ସୁଦ୍ଧା ତାମିଲନାଡୁ ଉପକୂଳରେ ଲ୍ୟାଣ୍ଡଫଲ କରିବ । କଡାଇକାଲରୁ ମହାବଳୀପୁରମ ମଧ୍ୟରେ ଏହି ସାମୁଦ୍ରିକ ଝଡଟି ଲ୍ୟାଣ୍ଡଫଲ କରିବା ସହିତ ବ୍ୟାପକ କ୍ଷତି ଘଟାଇବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡକୁ ଆଖି ଆଗରେ ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି । ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
ଅନ୍ୟପକ୍ଷରେ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣପୂର୍ବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ବୁଧବାର ସକାଳେ ତାମିଲନାଡୁର ଚେନ୍ନାଇରେ ଅତି ପ୍ରବଳ ବୃଷ୍ଟିପାତ ହୋଇଛି। ବାତ୍ୟା ଓ ବୃଷ୍ଟିପାତ କାରଣରୁ ଇଣ୍ଡିଗୋ ତା’ର ୨୪ଟି ବିମାନ (୧୨ଟି ଅବତରଣ ଓ ୧୨ଟି ଉଡ଼ାଣ) ବାତିଲ କରିଛି।
ଭୟଙ୍କର ସାମୁଦ୍ରିକ ବାତ୍ୟା ‘ନିଭାର’ ସମ୍ପ୍ରତି ଚେନ୍ନାଇ ଠାରୁ ୩୮୦ କିଲୋମିଟର ଦୂରରେ ରହି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ୧୨ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହା ଅତି ଭୟଙ୍କର ରୂପ ଧରି ବୁଧବାର ରାତିରେ ପୁଦ୍ଦୁଚେରୀ ନିକଟରେ ସ୍ଥଳଭାଗକୁ ପ୍ରବେଶ କରିବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପଲାନିସ୍ୱାମୀ ଆଜି ଦିନକ ଛୁଟି ଘୋଷଣା କରିଛନ୍ତି। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଦୋକାନ ବଜାର ବନ୍ଦ କରାଇବା ସହ ସର୍ବସାଧାରଣ ସମାଗମ ନିଷେଧ କରିଛନ୍ତି। ୫୦ ଟି ଏନଡିଆରଏଫ ଟିମକୁ ବିପର୍ଯ୍ୟୟ ମୁକାବିଲା ପାଇଁ ରଖାଯାଇଥିବା ବେଳେ ୩୩୪୪ଟି ଅସ୍ଥାୟୀ ରିଲିଫ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । ଏପର୍ୟ୍ୟନ୍ତ ୩୧୨ଜଣ ଲୋକଙ୍କୁ ଚେନ୍ନାଇ ବିଭିନ୍ନ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦-୧୨୦ କିମି ମଧ୍ୟରେ ରହିବା ନେଇ ଆକଳନ କରାଯାଉଛି ।