ସରିଲା ସବୁ ଚାଲ୍ ।
ସରିଲା ସବୁ ଚାଲ୍ ।
admin
Mar 19, 2020 - 12:55
Updated: Mar 19, 2020 - 12:55
୨୦୧୨ ମସିହାର ହୋଇଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଚାଲିଥିବା ମକଦ୍ଧମା ଶେଷ ହୋଇଛି । ଏଥିରେ ଥିବା ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହ ଆସନ୍ତାକାଲି ଫାଶୀ ପାଇବେ। ଆସନ୍ତାକାଲି ସକାଳ ୫.୩୦ରେ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ଦିଆଯିବ । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିଛନ୍ତି। ଏଥିସହ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇବାକୁ ମନା କରିଛନ୍ତି।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି। ମୁକେଶ ଦର୍ଶାଇଥିଲା ଅପରାଧ ଘଟିବା ଦିନ ସେ ଦିଲ୍ଲୀରେ ନଥିଲା। ଏହାପରେ କୋର୍ଟ ଅକ୍ଷୟ ସିଂହର ଆବେଦନର ମଧ୍ୟ ଶୁଣାଣି କରିଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ବିରୋଧରେ ସେ ଏହି ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।
ଆସନ୍ତାକାଲି ସକାଳ ୫.୩୦ରେ ତିହାର ଜେଲ୍ଠାରେ ଏହି ଫାଶୀ ହେବ ବୋଲି ନିର୍ଦ୍ଧାରିତ କରାଯାଇଛି। ଫାଶୀ ସମୟ ନିକଟତର ହେବାରେ ଲାଗିଥିବାରୁ କୋର୍ଟର ଦ୍ୱାରସ୍ଥ ହେବାରେ ଲାଗିଛନ୍ତି ସମସ୍ତ ଦୋଷୀ।